ଭୁବନେଶ୍ବର: ଭାରତୀୟ ପାଣିପାଗ ବିଭାଗ କହିଛି ଯେ, ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ସୃଷ୍ଟି ସୁଦୃଶ ଲଘୁଚାପ ଶନିବାର ପୂର୍ବାହ୍ଣରେ ଅବପାତର ରୂପ ନେଇଛି। ଶନିବାର ସକାଳ ସାଢ଼େ ୫ଟା ସମୟରେ ଏହି ଅବପାତ ସୃଷ୍ଟି ହୋଇଛି। ଅକ୍ଟୋବର ୨୭ ତାରିଖରେ ଏହା ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ପୂର୍ବାନୁମାନ କରିଛି। ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେଉଛି। ଏହା କେଉଁ ଅଞ୍ଚଳରେ ଲ୍ୟାଣ୍ଡଫ୍ଲ କରିବ ସେନେଇ କୁହାଯାଇ ନାହିଁ। କିନ୍ତୁ ବାତ୍ୟାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା
ଆନ୍ଧ୍ର ପ୍ରଦେଶ ଉପକୂଳ ମୁହାଁ ହେଉଥିବା ସମ୍ଭାବ୍ୟ ବାତ୍ୟାର ବିଶେଷ ପ୍ରଭାବ ପଡ଼ିବନି। ଅକ୍ଟୋବର ୨୭ରୁ ୨୯ ତାରିଖ ଯାଏ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ବିଶେଷକରି ୨୭ରୁ ୨୯ ମଧ୍ୟରେ ମାଲକାନଗିରି ଓ କୋରାପୁଟରେ ଅତି ଭାରି ବର୍ଷା ଓ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ମଧ୍ୟମରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ବିଶ୍ୱଜିତ ସାହୁ ସୂଚନା ଦେଇଛନ୍ତି।
ଆହୁରି ପଢ଼ନ୍ତୁ: Train Extension: ଭୁବନେଶ୍ୱର ନୂଆ-ହାଇଦ୍ରାବାଦ ସ୍ୱତନ୍ତ୍ର ଟ୍ରେନ୍ର ସମ୍ପ୍ରସାରଣ
ଅଶାନ୍ତ ରହିବ ସମୁଦ୍ର
୨୬ ତାରିଖ ଆଡ଼କୁ ଏହା ଆହୁରି ଶକ୍ତି ଗୋଟାଇବ ଏବଂ ଅଧିକ ଘନୀଭୂତ ହୋଇ ଗଭୀର ଅବପାତର ରୂପ ନେବ। ସୋମବାର (୨୭ ତାରିଖ) ସକାଳ ସୁଦ୍ଧା ଏହା ଆହୁରି ଘନୀଭୂତ ହୋଇସାରିଥିବ ଏବଂ ଦକ୍ଷିଣ-ପଶ୍ଚିମ ତଥା ସଂଲଗ୍ନ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବ। ତେବେ ଏହା କେତେ ଭୟଙ୍କର ହେବ, ଗତିପଥ କେଉଁଆଡ଼େ ରହିବ ଓ କେଉଁଠାରେ ଏହା ସ୍ଥଳଭାଗକୁ ଛୁଇଁବ, ସେ ସଂକ୍ରାନ୍ତରେ ଏବେ କୌଣସି ସ୍ପଷ୍ଟ ସୂଚନା ନାହିଁ। ସମ୍ଭାବ୍ୟ ବାତ୍ୟା ଯୋଗୁଁ ଓଡ଼ିଶା ଉପକୂଳ ସମୁଦ୍ର ଅଶାନ୍ତ ରହିବ। ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି।
ଆହୁରି ପଢ଼ନ୍ତୁ: Chief Minister Review: ୨୦୨୬ ମେ ସୁଦ୍ଧା ‘କଳାମଣ୍ଡଳ’ର ନିର୍ମାଣ କାର୍ଯ୍ୟ ସାରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
ଅକ୍ଟୋବର ୩୦ରୁ ବର୍ଷା ଆରମ୍ଭ: ମନୋରମା ମହାନ୍ତି
ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି, ଅକ୍ଟୋବର ୨୭ରୁ ବର୍ଷା ଆରମ୍ଭ ହେବ। ଏହା ଅକ୍ଟୋବର ୩୦ ଯାଏଁ ଜାରି ରହିବ। ପବନର ବେଗ ଘଣ୍ଟା ପିଛା ୬୦ରୁ ୭୦ ରହିବ। ଏଥି ସହିତ ଝଟକା ପବନର ବେଗ ଘଣ୍ଟା ପିଛା ୮୦ ପର୍ଯ୍ୟନ୍ତ ହୋଇପାରେ। ରାଜ୍ୟରେ ଥିବା ବନ୍ଦରଗୁଡ଼ିକୁ ୩ ନମ୍ବର ବିପଦ ସଂକେତ ଦିଆଯାଇଥିବା ବେଳେ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
ରାଜ୍ୟ ସରକାର ପ୍ରସ୍ତୁତ
ରାଜ୍ୟ ସରକାର ବିଭିନ୍ନ ବିଭାଗକୁ ନେଇ ସତର୍କ କରାଇଛନ୍ତି। ସ୍ବତନ୍ତ୍ର ରିଲିଫ କମିସନର ପକ୍ଷରୁ ନେଇ ପ୍ରସ୍ତୁତି ଜାରି ରହିଛି। ସେହିପରି ଜଳ ସମ୍ପଦ ବିଭାଗ ମଧ୍ୟ ନିଜର ଅଧିକାରୀମାନଙ୍କୁ ସତର୍କ ଓ ପ୍ରସ୍ତୁତ ରହିବାକୁ କହିଛି। ସମ୍ଭାବ୍ୟ ବାତ୍ୟା ପାଇଁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ସେ କହିଛନ୍ତି, ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ଆସନ୍ତାକାଲି ନିଷ୍ପତ୍ତିି ନିଆଯିବ। ଆଜି ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ। ଅଧିକାରୀଙ୍କ ଛୁଟି ବାତିଲ ନେଇ କାଲି ନିଷ୍ପତ୍ତି ହେବ। ଛୁଟି ହେବ କି ନାହିଁ କାଲି ନିଷ୍ପତ୍ତି ନିଆଯିବ।
- Oct 26, 2025 07:38 IST
#ଓଡ଼ିଶାକୁ_୩ଦିନ_ଧରି_ପ୍ରବଳ_ବର୍ଷା
- ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା- ଆନ୍ଧ୍ରର ମଛଲିପଟ୍ଟନମ ଓ କଳିଙ୍ଗପଟ୍ଟନମ ମଝିରେ ସ୍ଥଳଭାଗ ଛୁଇଁବ ବାତ୍ୟା- ଦକ୍ଷିଣ ଓଡ଼ିଶାରେ ପଡ଼ିପାରେ ବଡ଼ ପ୍ରଭାବ- ରାଜ୍ୟରେ ୩ ଦିନ ଧରି ପ୍ରବଳ ବର୍ଷିବ- ଆଜି ବାତ୍ୟାର ଗତିପଥ ନେଇ ଆହୁରି ଚିତ୍ର ସ୍ପଷ୍ଟ ହେବ- ପ୍ରଭାବରେ ୨୭ ତାରିଖରେ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା#Sambad#CycloneUpdates#CycloneWarning/fit-in/580x348/filters:format(webp)/sambad/media/media_files/2025/10/26/cyclone5-update-2025-10-26-07-38-33.jpg)
Cyclone alerts: heavy rain in Odisha - Oct 26, 2025 07:11 IST
ଆନ୍ଧ୍ରରେ ପବନ, ଓଡ଼ିଶାରେ ବର୍ଷା
ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଦିନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଅବପାତର ରୂପ ନେଇଛି। ଏହା କ୍ରମଶଃ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବା ସହ ଅଧିକ ଘନୀଭୂତ ହୋଇ ରବିବାର ସୁଦ୍ଧା ଗଭୀର ଅବପାତରେ ପରିଣତ ହେବ। ସୋମବାର ସକାଳେ ଏହା ଆହୁରି ଘନୀଭୂତ ହୋଇ ଦକ୍ଷିଣ-ପଶ୍ଚିମ ଓ ସଂଲଗ୍ନ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ବାତ୍ୟା (ମୋନ୍ଥା)ର ରୂପ ନେବ ଏବଂ କ୍ରମଶଃ ଉତ୍ତର-ପଶ୍ଚିମ ଆଡ଼କୁ ଗତି କରି ଅଧିକ ବଳ ଗୋଟାଇବ। ୨୮ ତାରିଖ ସୁଦ୍ଧା ‘ଭୀଷଣ ବାତ୍ୟା’ର ରୂପ ନେବ। ପରେ ଏହା ଉତ୍ତରପଶ୍ଚିମ ଆଡ଼କୁ ଗତି ଜାରି ରଖି ୨୮ ତାରିଖ ସନ୍ଧ୍ୟା ବା ରାତି ସୁଦ୍ଧା ଆନ୍ଧ୍ର ଉପକୂଳର ମଛଲିପଟନମ୍-କଳିଙ୍ଗପାଟନମ୍ ନିକଟସ୍ଥ କାକିନାଡ଼ା ପାଖାପାଖି ସ୍ଥଳଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ବାତ୍ୟା ଓଡ଼ିଶାରେ ମାଡ଼ ନ ହେଲେ ବି ଏହାଦ୍ବାରା ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ତଥ୍ୟ ଅନୁସାରେ, ବାତ୍ୟା ପ୍ରଭାବରେ ୨୭ ତାରିଖ ଦିନ ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ ଆଦି ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଅର୍ଥାତ୍ ୭୦ରୁ ୨୦୦ ମିମି ପର୍ଯ୍ୟନ୍ତ ବର୍ଷା ହେବ। ଏଣୁ ଏହି ୮ ଜିଲ୍ଲା ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
- Oct 25, 2025 22:26 IST
ସମ୍ଭାବ୍ୟ ବାତ୍ୟା ପାଇଁ ରାୟଗଡ଼ା ଜିଲ୍ଲା ପ୍ରଶାସନର ପ୍ରସ୍ତୁତି
ରାୟଗଡ଼ା: ବଙ୍ଗୋପସାଗରରେ ସୃଷ୍ଟ ଅବପାତ ବାତ୍ୟାର ରୂପ ନେଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାର ପ୍ରଭାବରେ ରାୟଗଡ଼ା ସମେତ ରାଜ୍ୟର ଅନେକଗୁଡ଼ିଏ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଆଜି ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣୀଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲାସ୍ତରୀୟ ଆଭାସି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏ ନେଇ ରାୟଗଡ଼ା ଜିଲ୍ଳାକୁ ଓରେଂଜ ୱାର୍ଣ୍ଣିଂ ଦିଆଯାଇଥିବା ବେଳେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ଜିଲ୍ଳାପାଳ ଶ୍ରୀ କୁଲକର୍ଣୀ ଆଜି ଆାଭାସି ମାଧ୍ୟମରେ ଅଧିକାରୀଙ୍କୁ ସମ୍ଭାବ୍ୟ ବାତ୍ୟା ମୋନ୍ଥାକୁ ମୁକାବିଲା କରିବା ପାଇଁ ଅଧିକାରୀଙ୍କୁ କହିବା ସହ ଜନସାଧାରଣଙ୍କୁ ସତର୍କ ଓ ସାବଧାନତା ଅବଲମ୍ବନ କରିବା ପାଇଁ ଅନୁରୋଧ କରିଛନ୍ତି। ରବିବାର ଛୁଟିକୁ ଜିଲ୍ଲାପାଳ ବାତିଲ କରିଦେଇଥିବା ଜଣାପଡିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ନେଇ ପାଣିପାଗ ବିଭାଗ ଆକଳନ କରାଯାଇଥିବା ଜିଲ୍ଳାପାଳ ପ୍ରକାଶ କରିଛନ୍ତି। ଜିଲ୍ଳା ପ୍ରଶାସନ ପକ୍ଷରୁ ଲାଇନ ବିଭାଗୀୟ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ସମସ୍ତେ ସମ୍ଭାବ୍ୟ ବର୍ଷାକୁ ନେଇ ପ୍ରସ୍ତୁତ ହୋଇ ରହିଥିବା ଜିଲ୍ଳାପାଳ ପ୍ରକାଶ କରିଛନ୍ତି । ଜିଲ୍ଳାର ତିନୋଟି ବାତ୍ୟା ଆଶ୍ରୟସ୍ଥଳି ଗୁଣପୁରର ବିକ୍ରମପୁର,ବିଷମକଟକର କୁଟ୍ରାଗଡ ଓ ରାୟଗଡା ବ୍ଲକର ହାଟ ଶେଷଖାଲକୁ ପ୍ରସ୍ତୁତ ରଖିବା ପାଇଁ ଜିଲ୍ଲପାଲ ନିର୍ଦେଶ ଦେଇଥିଲେ। ସମସ୍ତ ବ୍ଳକର ବିଡିଓ,ତହସିଲଦାର ଏବଂ ଜରୁରୀକାଳୀନ କାର୍ଯ୍ୟାଳୟ ୨୪ଘଂଟା କାର୍ଯ୍ୟ କରିବ ବୋଲି କହିଛନ୍ତି ଜିଲ୍ଳାପାଳ। ଯଦି କାହାର କେଉଁ ସ୍ଥାନରେ କୈାଣସି ଅସୁବିଧା ତଥା ଅଭିଯୋଗ ରହୁଛି ତୁରନ୍ତ ସେମାନେ ବିଡିଓ,ତହସିଲଦାର ତଥା ଜରୁରୀକାଳୀନ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଇପାରିବେ ବୋଲି କହିଛନ୍ତି। ସେହିପରି ଦମକଳ ବାହିନୀ,ପୂର୍ତ ବିଭାଗ ସମେତ ପ୍ରାଣୀ ସଂପଦ,ସ୍ୱାସ୍ଥ୍ୟ ବିଭାଗ ଓ ଆଇସିଡିଏସ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ପ୍ରସ୍ତୁତ ହୋଇ ରହିବା ପାଇଁ ଜିଲ୍ଳାପାଳ କହିଛନ୍ତି । ଗତ ଦଶହରା ସମୟରେ ବାତ୍ୟା ପ୍ରଭାବରେ ରାୟଗଡା ଜିଲ୍ଲାର ୬ଟି ବ୍ଲକ ପ୍ରଭାବିତ ହୋଇଥିଲା। ଫସଲ ନଷ୍ଟ ହେବା ସହ ୪ଟି ବ୍ଲକରେ ଭୁସ୍ଖଳନ ମଧ୍ୟ ହୋଇ ବ୍ୟାପକ କ୍ଷତି ହୋଇଥିଲା। ବାତ୍ୟା ପ୍ରଭାବରେ ପୁନର୍ବାର ଭୁସ୍ଖଳନ ଆଶଙ୍କା ରହିଥିବା ଯୋଗୁଁ ଏଥିପ୍ରତି ସଜାଗ ରହିବାପାଇଁ ଜିଲ୍ଲାପାଳ ଶ୍ରୀ କୁଲକର୍ଣୀ ଅଧିକାରୀମାନଙ୍କୁ ନିର୍ଦେଶ ଦେଇଛନ୍ତି।
ରିପୋର୍ଟ: ଶିବ ପ୍ରସାଦ ଦୋରା
- Oct 25, 2025 21:43 IST
ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି
/fit-in/580x348/filters:format(webp)/sambad/media/media_files/2025/10/25/dharakot-2025-10-25-21-43-17.jpg)
Preparation for cyclone at Dharakot of Ganjam district Photograph: (sambad.in) ଧରାକୋଟ: ମାଡି ଆସୁଛି ବାତ୍ୟା। କୃଷକ ଠାରୁ ଆରମ୍ଭ କରି ସଧାରଣ ଜନତା ଏଥିପାଇଁ ଅଜଣା ଆଶଙ୍କା ମଧ୍ୟରେ ରହିଛନ୍ତି। କେମିତି ରହିବ ବାତ୍ୟାର ପ୍ରକୋପ। ବାତ୍ୟାର ମୁକାବିଲା ପାଇଁ ଅଗ୍ନିଶମ ବାହିନୀର ପ୍ରସ୍ତୁତି କିପରି ରହିଛି ସେ ସମ୍ପର୍କରେ ଅଗ୍ନିଶମ ବିଭାଗ କାର୍ଯ୍ୟାଳୟରେ ପହଞ୍ଚି ଅନୁସନ୍ଧାନ ଓ ତଦାରଖ କରିଛନ୍ତି ତହସିଲଦାର ଲମ୍ବୋଦର ମାରାଣ୍ଡି ଓ ଅତିରିକ୍ତ ତହସିଲଦାର ଗଣେଶ ଦଳାଇ। ଅଗ୍ନିଶମ ଅଧିକାରୀ କୃଷ୍ଣ ଚନ୍ଦ୍ର ସାହୁ, ଆଗ୍ନିକ ପବିତ୍ର ବେହେରା, ଶୁଭ୍ରଜିତ ରଥ, କୃଷ୍ଣ ଚନ୍ଦ୍ର ପ୍ରଧାନ, ଯୁଧିଷ୍ଟିର ମାଝୀ,ଆଶୁତୋଷ ଦଳେଇ, ଭୀମସେନ ନାୟକ ପ୍ରମୁଖ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପ୍ରସ୍ତୁତ କରି ରଖା ଯାଇଥିବା କଟର ମେସିନ, ରବର ବୋଟ, ଯନ୍ତ୍ର ଚାଳିତ ବୋଟ,ଯୋଗାଯୋଗ ବିଚ୍ଛିନ୍ନ ହେଲେ ରାସ୍ତା କ୍ଲିଅରିଂ ବ୍ୟବସ୍ଥା, ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହେଲେ ଆଲୁଅ ଯୋଗାଣ ବ୍ୟବସ୍ଥାର ଡେମୋ ଉଭୟ ଅଧିକାରୀଙ୍କୁ ଦେଖାଇଥିଲେ। ଅଗ୍ନିଶମ ବାହିନୀ ତରଫରୁ ବାତ୍ୟାର ମୁକାବିଲା ସହ ଧନ ଜୀବନ ଯେପରି ସୁରକ୍ଷିତ ରହିବ ସେଥିପାଇଁ ସମ୍ପୂର୍ଣ ପ୍ରସ୍ତୁତ ରହିଥିବା ଦେଖାଯାଇଥିଲା। ପ୍ରଶାସନ ତରଫରୁ ବାତ୍ୟାର ପ୍ରଭାବକୁ ଦେଖି ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟ ସ୍ଥଳୀକୁ ପ୍ରସ୍ତୁତ ରଖାଯାଇଥିବା ସୂଚନା ମିଳିଛି।
- Oct 25, 2025 21:22 IST
ଗସ୍ତ ବାତିଲ କଲେ ରାଜସ୍ବ ମନ୍ତ୍ରୀ
ସମ୍ଭାବ୍ୟ ବାତ୍ୟା 'ମୋନ୍ଥା’କୁ ଦୃଷ୍ଟିରେ ରଖି ମାନ୍ୟବର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ନିଜ ସମସ୍ତ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଛନ୍ତି। ଏହି ଅବସରରେ ଉପନିର୍ବାଚନ ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଜାରୀ ନିଜ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି। ବାତ୍ୟା ସଙ୍କଟ ଟଳିଲା ପର୍ଯ୍ୟନ୍ତ ଭୁବନେଶ୍ବର ରାଜୀବ ଭବନସ୍ଥିତ ବିପର୍ଯ୍ୟୟ ପରିଚାଳନା ବିଭାଗର କଣ୍ଟ୍ରୋଲ ରୁମ ବସ୍ତୁଃତ ତାଙ୍କର କାର୍ଯ୍ୟାଳୟ ହେବI ବାତ୍ୟା ସଙ୍କଟ ଟଳିଲା ପରେ ମନ୍ତ୍ରୀ ଶ୍ରୀ ପୂଜାରୀ ନୂଆପଡ଼ା ଗସ୍ତ ପ୍ରସଙ୍ଗରେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ସୂଚନା ଦେଇଛନ୍ତି।
- Oct 25, 2025 21:21 IST
୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
- ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
- ଜିଲ୍ଲା ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ
- ଗଂଜାମ, ଗଜପତି, କୋରାପୁଟ, ମାଲକାନଗିରି ପ୍ରଶାସନର ନିର୍ଦ୍ଦେଶ
- କେନ୍ଦ୍ରାପଡ଼ା, ରାୟଗଡ଼ା, ବାଲେଶ୍ବର ପ୍ରଶାସନର ନିର୍ଦ୍ଦେଶ
- ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ
- Oct 25, 2025 21:16 IST
ପର୍ଯ୍ୟଟନ ସ୍ଥଳୀ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ
/fit-in/580x348/filters:format(webp)/sambad/media/media_files/2025/10/25/gajapati-2025-10-25-21-16-03.jpg)
Tourism places closed for tourists in Gajapati district. Photograph: (sambad.in) ସମ୍ଭାବ୍ୟ ବାତ୍ୟାର ପ୍ରଭାରେ ଗଜପତି ଜିଲ୍ଲାରେ ହେବାକୁ ଥିବା ଅତ୍ୟଧିକ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ, ଜଳପ୍ରପାତ, ମହେନ୍ଦ୍ରଗିରି ଏବଂ ବୃନ୍ଦାବନ ପେଲେସକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିଷ୍ପତି ନେଇଛି ପ୍ରଶାସନ। ଏନେଇ ଜିଲ୍ଲାପାଳ ସମସ୍ତ ବ୍ଳକ ଉନ୍ନୟନ ଅଧିକାରୀ ଓ ଆରକ୍ଷୀ ଅଧିକ୍ଷକ ଗଜପତି, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣା ପଡ଼ିଛି। ଲଗାଣ ବର୍ଷା ଫଳରେ ଝରଣାର ଜଳସ୍ରୋତ ବୃଦ୍ଧି ପାଇବା ଏବଂ ପାହାଡ଼ ଧସିବାର ଆଶଙ୍କା ରହିଛି ତେଣୁ ପର୍ଯ୍ୟଟକ ଙ୍କ ସୁରକ୍ଷା କୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ଦେଇଛନ୍ତି ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ।
ରିପୋର୍ଟ: ସୁଜିତ୍ ବିଷୋୟୀ
- Oct 25, 2025 18:33 IST
ରାୟଗଡ଼ାରେ ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ
- ବାତ୍ୟାକୁ ଦୃଷ୍ଟିରେ ରଖି ରାୟଗଡ଼ାରେ ପ୍ରଶାସନିକ ଅଧିକାରୀଙ୍କ ଛୁଟି ବାତିଲ
- ଆଜି ଠାରୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ
- ଛୁଟିରେ ଥିବା ଅଧିକାରୀ ଯଥାଶୀଘ୍ର କାର୍ଯ୍ୟରେ ଯୋଗ ଦେବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
- ଭୁସ୍ଖଳନ ପାଇଁ ଗୁମା ଘାଟି ଓ ମୁକୁନ୍ଦପୁର ଘାଟି ଅତ୍ୟନ୍ତ ଗୁରୁତର ସ୍ଥାନ ଚିହ୍ନଟ
- ଓଡ୍ରାଫ ଟିମକୁ ଜିଲ୍ଲାରେ ସଜାଗ ରଖାଯାଇଛି
- Oct 25, 2025 18:15 IST
କାଶୀନଗରରେ ସମ୍ଭାବ୍ୟ ବାତ୍ୟା ନେଇ ପ୍ରସ୍ତୁତି
/fit-in/580x348/filters:format(webp)/sambad/media/media_files/2025/10/25/kashinagar-2025-10-25-18-15-28.jpg)
Meeting for cyclone in Kahinagar of Gajapati district on Saturday. Photograph: (sambad.in) ସମ୍ଭାବ୍ୟ ବାତ୍ୟା ‘ମାନ୍ଥା’କୁ ଦୃଷ୍ଟିରେ ରଖି ଆଜି ଗଜପତି ଜିଲ୍ଲା କାଶୀନଗର ପଞ୍ଚାୟତ ସମିତି କାର୍ଯ୍ୟାଳୟ ବୈଠକ ଗୃହ ଠାରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସୁଧୀର କୁମାର ନନ୍ଦ, ବିଡ଼ିଓ ଡ଼ମ୍ବୁରୁ ଧର ମଲ୍ଲିକ, ସି ଡ଼ି ପି ଓ, ଥାନା ଅଧିକାରୀ, ମେଡିକାଲ ଅଫିସର, ଅଗ୍ନିଶମ ବିଭାଗ ଅଧିକାରୀଙ୍କ ଉପସ୍ଥିତରେ ବାତ୍ୟା ମୁକାବିଲା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ହୋଇ ଯାଇଛି। ବୈଠକରେ ବାତ୍ୟାର ସଫଳ ମୁକାବିଲା କରି କାହାରି କିପରି କିଛି କ୍ଷତି ହେବନି ସେଥିପାଇଁ ସମସ୍ତେ ସଜାଗ ରହିବା ଜରୁରୀ ବୋଲି ଆଲୋଚନା ହୋଇଥିଲା। ବଂଶଧାରା ନଦୀର ବନ୍ୟା ଆଶଙ୍କା ଓ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନଦୀ ତଟ ଗ୍ରାମ ସାରା, ବାଡ଼ି ଗାଁ, ପାଲ ସିଂ, ଖଣ୍ଡାବା, ବୋଥବା, କୀତିଙ୍ଗି, ବୁଦୁରା ଓ ଇଦୁଡ଼ି ଠାରେ ଲୋକ ମାନଙ୍କୁ ସଜାଗ ରହିବା ପାଇଁ ପ୍ରଶାସନ ତରଫରୁ ଘର ଘର ବୁଲି ସଚେତନ କରିବା ସହ ଡାକ ବାଜି ଯନ୍ତ୍ର ମାଧ୍ୟମରେ ସଚେତନ କରାଯାଉଛି। ଝୁପିରି ବା ଚାଳ ଛାପର ଘରେ ରହୁଥିବା ଲୋକ ମାନଙ୍କୁ ବାତ୍ୟା ଆଶ୍ରୟ ସ୍ଥଳୀରେ ରଖିବା, ସ୍କୁଲ ଗୃହ ଓ ଅଙ୍ଗନବାଡି କେନ୍ଦ୍ର ସେହି ସମୟରେ ଖୋଲା ରଖିବା ପାଇଁ ବିଭାଗୀୟ ନିର୍ଦେଶ ଜାରି ହୋଇଛି। ବିପନ୍ନ ପରିବାର କୁ ଖାଦ୍ୟ, ପାନୀୟ ଓ ସ୍ୱାସ୍ଥ୍ୟ ସେବା ପାଇଁ ସବୁ ପ୍ରକାର ସହାୟତା ପ୍ରଦାନ କରାଯିବା ସହ ସବୁ ବିଭାଗର ଅଧିକାରୀମାନେ ଉପସ୍ଥିତ ରହି ସହଯୋଗ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।
ରିପୋର୍ଟ: ଆନନ୍ଦ ପାତ୍ର
- Oct 25, 2025 18:07 IST
ମାଲକାନଗିରି ଜିଲ୍ଲା ପ୍ରଶାସନର ବନ୍ୟା ପ୍ରସ୍ତୁତି
- -ଅକ୍ଟୋବର ୨୫ରୁ ୩୦ ଯାଏଁ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
- ସମ୍ବେଦନଶୀଳ ଅଂଚଳରେ ପ୍ରଶାସନର ସ୍ୱତନ୍ତ୍ର ନଜର
- ଓଡ୍ରାଫ ମୁତୟନ ଲାଗି ଚିଠି ଲେଖିଲେ ଜିଲ୍ଲାପାଳ
- ଖାଦ୍ୟ ସାମଗ୍ରୀ ମହଜୁଦ ଲାଗି ଯୋଗାଣ ବିଭାଗକୁ ନିର୍ଦେଶ
- Oct 25, 2025 16:31 IST
ସରକାରୀ କର୍ମଚାରୀ ମୁଖ୍ୟାଳୟ ଛାଡ଼ି ଯାଇପାରିବେନି
-ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ସହ ପବନ ବହିବ
-ଗଞ୍ଜାମରେ ସରକାରୀ କର୍ମଚାରୀ ମୁଖ୍ୟାଳୟ ଛାଡ଼ି ଯାଇପାରିବେ ନାହିଁ
-୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଛୁଟି ବାତିଲ
/fit-in/580x348/filters:format(webp)/sambad/media/media_files/2025/10/25/ganjam-holiday-2025-10-25-16-28-51.jpg)
Office order of Ganjam district administration. Photograph: (sambad.in)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/25/cyclone-update-2025-10-25-15-59-18.jpg)