୯ରେ ଲଘୁଚାପ: ୧୩ ତାରିଖ ବେଳକୁ ‘ସାମୁଦ୍ରିକ ବାତ୍ୟା’ର ରୂପ ନେଇପାରେ, ଦକ୍ଷିଣ ଓଡ଼ିଶା ଆଡକୁ ଅଗ୍ରସର ହେବାର ସମ୍ଭାବନା

ଭୁବନେଶ୍ବର: ଆସନ୍ତା ୦୯ ତାରିଖ ବେଳକୁ ଥାଇଲାଣ୍ଡ ଉପକୂଳ ଆଣ୍ଡମାନ ସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହି କ୍ଷେତ୍ର ଅଧିକ ଶକ୍ତିଶାଳୀ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହି କ୍ଷେତ୍ର କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇପାରେ ।
ସେହିପରି ୧୩ ଅକ୍ଟୋବର ବେଳକୁ ଏହି କ୍ଷେତ୍ର ‘ସାମୁଦ୍ରିକ ବାତ୍ୟା’ର ରୂପ ନେଇପାରେ ବୋଲି କିଛି ମଡେଲ ସଙ୍କେତ ଦେଉଛନ୍ତି । ଏହି କ୍ଷେତ୍ର ଉତ୍ତର ଆନ୍ଧ୍ର ପ୍ରଦେଶ କିମ୍ବା ଦକ୍ଷିଣ ଓଡ଼ିଶା ଆଡକୁ ଅଗ୍ରସର ହେବାର ସମ୍ଭାବନା ରହିଛି । ତେବେ ୩-୪ ଦିନ ମଧ୍ୟରେ ଏ ନେଇ ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର