ଚେତାଇଦେଲା ତିତ୍‌ଲି

ଭୂସ୍ଖଳନ ସମ୍ଭାବନାର ଆକଳନ ହେବ, ଉପକୂଳ ପାଖ ଜିଲ୍ଲାକୁ ଦିଆଯିବ ଗୁରୁତ୍ବ, ୨୭୭୦କୋଟି ଅନୁେମାଦନ, ୧୧୦୦କୋଟି ମଞ୍ଜୁର

ଭୁବନେଶ୍ବର : ରାଜ୍ୟରେ ଭୂସ୍ଖଳନ ସମ୍ଭାବନାର ଆକଳନ କରାଯିବ। ଉପକୂଳ ଜିଲ୍ଲା ସଂଲଗ୍ନ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ଅଧିକ ସଘନ କରାଯିବ। ଏଥିସହିତ ତିତଲି ବିପର୍ଯ୍ୟୟ କାରଣରୁ କ୍ଷତି ଭରଣା ପାଇଁ ୨୭୭୦କୋଟି ଅନୁମୋଦନ ହୋଇଥିବା ବେଳେ ବିଭିନ୍ନ ବିଭାଗକୁ ୧୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଆଜି ସଚିବାଳୟରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ଅଧ୍ୟକ୍ଷତାେର ଅନୁଷ୍ଠିତ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ରାଜ୍ୟସ୍ତରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି। କେବଳ ସେତିକି ନୁେହଁ, ପୂଜା ଛୁଟି ଖୋଲିବା ବେଳକୁ ଆବାସିକ ବିଦ୍ୟାଳୟର ଛାତ୍ରାବାସରେ ବିଦ୍ୟୁତ ସେଂଯାଗ, ପାନୀୟ ଜଳଯୋଗାଣ, କ୍ଷତିଗ୍ରସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡି କେନ୍ଦ୍ରର ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଛନ୍ତି।

ଆଜି ବୈଠକରେ ବାତ୍ୟା, ବର୍ଷା ଓ ବନ୍ୟାରେ କ୍ଷତିଗ୍ରସ୍ତ ଚାଷୀଙ୍କର କ୍ଷୟକ୍ଷତି ଆକଳନକୁ ତ୍ବରାନ୍ବିତ କରିବାକୁ ନିେର୍ଦଶ ଦିଆଯାଇଥିଲା। ଅଧିକାରୀମାେନ ସୂଚନା ଦେଇଥିଲେ ଯେ ୬୦ ପ୍ରତିଶତ ଗ୍ରାମରେ କ୍ଷୟକ୍ଷତି ଆକଳନ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ବୈଠକରେ ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁପଦ ସେଠୀ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ଆର୍ଥିକ, ବୈଷୟିକ ଓ ପ୍ରଶାସନିକ ବିଷୟବସ୍ତୁ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ।

କ୍ଷତିଗ୍ରସ୍ତ କାଜୁ ଓ ଅନ୍ୟାନ୍ୟ ଉଦ୍ୟାନ ଫସଲ ଚାଷୀଙ୍କୁ ମନରେଗା ଯୋଜନାେର ସାମିଲ କରିବା ପାଇଁ ପଞ୍ଚାୟତିରାଜ ବିଭାଗକୁ କୁହାଯାଇଥିଲା।ଉଦ୍ୟାନଗୁଡିକର ପୁନରୁଦ୍ଧାର ସରିବା ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଚାଷୀଙ୍କୁ ଓଡ଼ିଶା ଜୀବିକା ମିସନରେ ସାମିଲ କରି କର୍ମ ନିେୟାଜନ ଓ ରୋଜଗାର ସୁବିଧା ଦେବା ପାଇଁ ମୁଖ୍ୟଶାସନ ସଚିବ ନିର୍ଦେଶ ଦେଇଥିଲେ।

ଭୁସ୍ଖଳନ ନେଇ ବୈଠକରେ ଚିନ୍ତା ବ୍ୟକ୍ତ କରାଯାଇଥିଲା। ଗଜପତି ଜିଲ୍ଲାେର ହୋଇଥିବା କ୍ଷୟକ୍ଷତି ସରକାରଙ୍କ ଆଖି ଫିଟାଇ ଦେଇଛି। ସ୍ଥିର ହୋଇଥିଲା, ଉପକୂଳ ଜିଲ୍ଲା ସଂଲଗ୍ନମାନଙ୍କରେ ମଧ୍ୟ ଉପକୂଳ ଜିଲ୍ଲା ଭଳି ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ବହୁମୁଖୀ ଆଶ୍ରୟସ୍ଥଳ, ଆଗୁଆ ସତର୍କ ସୂଚନା ପ୍ରସାରଣ କାର୍ଯ୍ୟକୁ ଦୃଢୀଭୂତ କରାଯିବ।

ସେହିଭଳି ଓଡ଼ିଶାର ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣତାକୁ ଦୃଷ୍ଟିେର ରଖି ବିପର୍ଯ୍ୟୟ ନିେରାଧକ ଭିତ୍ତିଭୂମି ନିର୍ମାଣ ନେଇ ବୈଠକରେ ନିଷ୍ପତ୍ତି ହୋଇଥିଲା। ଗ୍ରାମ୍ୟ ଉନ୍ନୟନ, ଶକ୍ତି, ପୂର୍ତ, ଜଳସଂପଦ ବିଭାଗରେ ବିପର୍ଯ୍ୟୟ ନିରୋଧକ ଅତ୍ୟାଧୁନିକ ବୈଷୟିକ କୌଶଳର ପ୍ରୟୋଗ କରାଯିବ। ଏଥିପାଇଁ ବମ୍ବେସ୍ଥିତ ଆଇଆଇଟି ସହାୟତା ନିଆଯିବ।

ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସ୍ବତନ୍ତ୍ର ରିଲିଫ୍ କମିସନର କହିଥିେଲ, ତିତଲି ପ୍ରଭାବିତ ଜିଲ୍ଲା ଗୁଡ଼ିକ ପାଇଁ ଅନୁକମ୍ପାମୂଳକ ରିଲିଫ୍ ପାଇଁ ପ୍ରାୟ ୧୧୦୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ପ୍ରଥମ କିସ୍ତିେର ଜିଲ୍ଲାପାଳମାନଙ୍କୁ ୧୦୨ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଚାଉଳ, ଗୁଡ, ଅନ୍ୟାନ୍ୟ ସ୍ବତନ୍ତ୍ର ରିଲିଫ୍ ଦ୍ରବ୍ୟ ପାଇଁ ୨୦ କୋଟି ୩୧ ଲକ୍ଷ ଟଙ୍କାର ଖର୍ଚ୍ଚକୁ ଅନୁେମାଦନ ମିଳିଛି। ଏହାଛଡା ପୁନର୍ନିମାଣ ପାଇଁ ଶକ୍ତି ବିଭାଗକୁ ୨୭କୋଟି, ଜଳସଂପଦ ବିଭାଗକୁ ୭କୋଟି, ପୂର୍ତ ବିଭାଗକୁ ୪୯.୫୫ କୋଟି, ଗ୍ରାମ୍ୟ ଉନ୍ନୟନ ବିଭାଗକୁ ୫୫.୦୮କୋଟି, ପଞ୍ଚାୟତିରାଜ ବିଭାଗକୁ ୬୨୪କୋଟି ବ୍ୟୟ ଅଟକଳକୁ ମଞ୍ଜୁର କରାଯାଇଛି। େସହିଭଳି ପ୍ରାଥମିକ କ୍ଷୟକ୍ଷତି ଆକଳନ ସୂଚନା ଭିତ୍ତିେର ଲୁଗାପଟା, ବାସନକୁସନ, ଘରୋଇ ସାମଗ୍ରୀ, କୃଷିଜମିରୁ ବାଲିଚର ଉଠାଣ, ଗୃହପାଳିତ ପଶୁଙ୍କ ମୃତ୍ୟୁ ସହାୟତା, କ୍ଷତିଗ୍ରସ୍ତ ନୌକା ଓ ଜାଲ ଆଦିର ପୁନରୁଦ୍ଧାର ପାଇଁ ୨୧୮ କୋଟି ୫୦ଲକ୍ଷ ଟଙ୍କା ଅଟକଳକୁ ମୋହର ଲାଗିଛି।

ଉଲ୍ଲେଖଯୋଗ୍ୟ, ସରକାରୀ ରିପୋର୍ଟ ଅନୁସାରେ ବାତ୍ୟା ଓ ବନ୍ୟାରେ ୫୭ ହଜାର ଘର ସଂପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ୨.୭ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଛି । ବନ୍ୟାରେ ଗଂଜାମ ଜିଲ୍ଲାର ସର୍ବାଧିକ କ୍ଷୟ କ୍ଷତି ହୋଇଛି । ଜିଲ୍ଲାର ପ୍ରାୟ ଅଧା ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୭୭୦ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି ।

ଆଜିର ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିସନର ଆର୍ ବାଲକ୍ରିଷ୍ଣନ୍, କୃଷି ଉତ୍ପାଦନର ଗଗନ ବିହାରୀ ଧଳ, ଗୃହ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ, ଅର୍ଥ ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ, ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର