ବିବାଦରେ ମୃତ୍ୟୁସଂଖ୍ୟା : ବେସରକାରୀ ୬୦, ସରକାରୀ ୧୮

ବିରୋଧୀଙ୍କ ତାଲିକା ୪୫ରୁ ଅଧିକ, ଜିଲ୍ଲାପାଳଙ୍କୁ ନିର୍ଦେଶ, ତଦନ୍ତ କର

ଭୁବନେଶ୍ବର : ବିବାଦ ଘେରରେ ଫସିଗଲାଣି ବାତ୍ୟା ତିତ୍‌ଲି। ଗୋଟିଏ ପଟେ ବାତ୍ୟା ପ୍ରଭାବରେ ଲୋକେ ଅକଥନୀୟ ଦୁର୍ଦଶା ଭିତରେ ଆଉଟୁ ପାଉଟୁ ହେଉଛନ୍ତି। ସ୍ଥିତି ସ୍ବାଭାବିକ କରିବା ଲାଗି ଉଦ୍ୟମ ଚାଲିଛି। ଅନ୍ୟପଟରେ ଭୀଷଣ ସାମୁଦ୍ରିକ ଝଡ ପ୍ରଭାବରେ କେତେ ପ୍ରାଣହାନି ଘଟିଛି, ତାକୁ ନେଇ ସରକାର ଓ ବିେରାଧୀ ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି। ବିରୋଧୀ ଦଳ ଅଭିଯୋଗ ହେଉଛି, ଏହି ଘଟଣାରେ ୪୫ରୁ ଅଧିକ ଲୋକ ମୃତ୍ୟୁକୁ ସାମ୍ନା କରିଛନ୍ତି। ହେଲେ ସମ୍ବାଦ ରିପୋର୍ଟ ଅନୁସାରେ, ତିତ୍‌ଲି ପ୍ରଭାବରେ ଗଞ୍ଜାମ ଓ ଗଜପତି ନିଖୋଜ ଓ ମୃତ୍ୟୁ ସଂଖ୍ୟା ମିଶି ପ୍ରାୟ ୬୦ ଛୁଇଁଲାଣି।

କିନ୍ତୁ ଆଜି ସନ୍ଧ୍ୟା ସୁଦ୍ଧା ସରକାରୀ ରିପୋର୍ଟ କହୁଛି, ତିତ୍‌ଲି ଘଟଣାରେ ଏଯାଏ ୧୮ ଲୋକଙ୍କ ମୃତ୍ୟୁ ଘଟିଛି।

ସବୁଠାରୁ ବଡ଼ କଥା ହେଉଛି, ଚାରି ଆଡୁ ଚାପର ବଶବର୍ତୀ ହେବା ପରେ ଆଜି ସନ୍ଧ୍ୟାରେ ସ୍ବତନ୍ତ୍ର ରିଲିଫ୍ କମିସନର ବିଷ୍ଣୁ ପଦ ସେଠୀ ଏହି ଘଟଣାକୁ ଗୁରୁତର ସହ ଗ୍ରହଣ କରିଛନ୍ତି। ଜିଲ୍ଲାପାଳମାନଙ୍କୁ ନିିେର୍ଦଶ ଦିଆଯାଇଛି, ତିତ୍‌ଲି ଘଟଣାରେ ଯେତେ ଯେଉଁଠାରେ ମୃତ୍ୟୁ ଅଭିଯୋଗ ଆସିଛି, ତାର ତୁରନ୍ତ ଅନୁସନ୍ଧାନ କର। ଏହାକୁ ଜରୁରୀ ଭାବେ ଗ୍ରହଣ କରିବାକୁ କୁହାଯାଇଛି ଓ କ’ଣ ପଦକ୍ଷେପ ନେଲ, ସେ ନେଇ ଜଣାଇବାକୁ ଏସ୍ଆରସି କହିଛନ୍ତି। କେବଳ ସେତିକି ନୁେହଁ, ଆବଶ୍ୟକ ପଦ୍ଧତି ଅବଲମ୍ବନ କରି ୩ ଦିନ ମଧ୍ୟରେ ଏକ୍ସ ଗ୍ରାସିଆ ଅର୍ଥରାଶି ଦେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଯାଇଛି।

ଉେଲ୍ଲଖଯୋଗ୍ୟ, ଭୀଷଣ ସାମୁଦ୍ରିକ ଝଡ ତିତ୍‌ଲି ଯଦିଓ ଓଡ଼ିଶା ସୀମାନ୍ତ ପଲାସାରେ ମାଡ଼ ହୋଇଥିଲା ଓ ସେଦିନ ଗଞ୍ଜାମ, ଗଜପତି ଜିଲ୍ଲାରେ ବେଶୀ କ୍ଷୟକ୍ଷତି ହୋଇଥିଲା, ତା ପରବର୍ତୀ ଭୟାନକ ବର୍ଷା କିନ୍ତୁ କ୍ଷତ ବହୁଗୁଣିତ କରିଥିଲା। ରାଜ୍ୟର ପାଖାପାଖି ଅଧା ଜିଲ୍ଲାରେ ଭୀଷଣ ବର୍ଷା ଲାଗି ରହିବା କାରଣରୁ କ୍ଷୟକ୍ଷତି ପରିମାଣ ବଢିଯାଇଛି।

ସମ୍ବାଦ ରିପୋର୍ଟ ଅନୁସାରେ, ଗଜପତି ଜିଲ୍ଲାରେ ତିତ୍‌ଲି ଜନିତ ମୃତ୍ୟୁ ସଂଖ୍ୟା ୪୫। କେବଳ ରାୟଗଡ ବ୍ଲକରେ ୨୯ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ବି ୯ଜଣ ନିେଖାଜ ଅଛନ୍ତି। ଆର୍ ଉଦୟଗିରିରେ ୩ଜଣ, କାଶୀନଗରରେ ୨ଜଣ, ଗୁମାରେ ଜଣେ ଓ ଗୋଷାଣୀରେ ଏହି ସଂଖ୍ୟା ୧ ରହିଛି।

ଗଞ୍ଜାମ ଜିଲ୍ଲାରେ ନିଖୋଜ ଓ ମୃତ୍ୟୁ ସଂଖ୍ୟା ମିଶି ୧୫ ଛୁଇଁଲାଣି। ଏଥିମଧ୍ୟରୁ ୬ଜଣ ନିେଖାଜ ଅଛନ୍ତି। ସୋରଡାରେ ୨ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ବେଳେ ଏବେ ବି ୫ ନିେଖାଜ ଅଛନ୍ତି। ଛତ୍ରପୁରରେ ଡଙ୍ଗାବୁଡି ୩ଜଣ ନିେଖାଜ ଥିେଲ। ସେମାନଙ୍କ ମଧ୍ୟରୁ ୨ଜଣଙ୍କ ଶବ ଉଦ୍ଧାର ହୋଇଛି। ଚିକିଟିରେ ଜଣେ, ହିଞ୍ଜିଳିକାଟୁରେ ଜଣେ ଓ ପାତ୍ରପୁରରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ରିେପାର୍ଟରେ କିନ୍ତୁ ମୃତ୍ୟୁ ସଂଖ୍ୟା କିନ୍ତୁ ୧୮ ରହିଛି। ଏ ସମସ୍ତେ ଗଜପତିର ବୋଲି କୁହାଯାଇଛି। ବାକି ଅଭିେଯାଗ ସଂପର୍କରେ ରିେପାର୍ଟରେ କିଛି ଉଲ୍ଲେଖ ନାହିଁ। ବାସ୍ତବରେ ଜିଲ୍ଲା ପ୍ରଶାସନ ରିେପାର୍ଟ ଦେଇନାହାନ୍ତି ନା ପ୍ରଶାସନ ପାଖରେ ଖବର ନାହିଁ, ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହେଲାଣିି।

ଉଲ୍ଲେଖଯୋଗ୍ୟ, ତିତ୍‌ଲି ବାତ୍ୟା ପରଦିନ ସରକାର ଜିେରା କାଜୁଆଲିଟି କଥା କହିଥିେଲ। ଅର୍ଥାତ୍ ଜଣେ ବି କାହାର ମୃତ୍ୟୁ ହୋଇନଥିବା ଦର୍ଶାଯାଇଥିଲା। ମାତ୍ର ତା ପରବର୍ତୀ ପରିସ୍ଥିତିେର ଯେଉଁ ବର୍ଷା ଓ ପବନ ହେଲା, ତାହା ସ୍ଥିତି ବିଗାଡି ଦେଇଥିଲା।

ଏଠାରେ ଉଲ୍ଲେଖଥାଉକି, ବାତ୍ୟା ତିତ୍‌ଲି ପ୍ରଭାବରେ ୪୫ଜଣଙ୍କର ମୃତ୍ୟୁ ହୋଇଥିବା ବିରୋଧୀ ଦଳ ଅଭିେଯାଗ କରିଛନ୍ତି।

ସମ୍ବନ୍ଧିତ ଖବର