ବାତ୍ୟା ଆଶଙ୍କା: ୪୮ ଘଣ୍ଟାରେ ସ୍ପଷ୍ଟ ହେବ

ଭୁବନେଶ୍ବର : ଆସନ୍ତା ୧୦ ତାରିଖ ବେଳକୁ ଦକ୍ଷିଣ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପର ରୂପ ନେବ। ୧୨/୧୩ ତାରିଖରେ ଏହା ବାତ୍ୟାକୁ ଘନୀଭୂତ ହୋଇପାରେ। ତେବେ ଏହା ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ କି ନାହିଁ ଆଗାମୀ ୪୮ ଘଣ୍ଟା ମଧ୍ୟରେ ସ୍ପଷ୍ଟ ଚିତ୍ର ମିଳିପାରିବ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଦକ୍ଷିଣ ବଙ୍ଗୋପ ସାଗରରେ ଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରିପାରେ। ଏପରି ସ୍ଥଳେ ସମ୍ଭାବ୍ୟ ବାତ୍ୟା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ନିକଟ ଦେଇ ବାଂଲାଦେଶ ଆଡ଼କୁ ଗତି କରିପାରେ। ଫଳରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଯଦି ଏହା ପଶ୍ଚିମ ଦିଗକୁ ମଧ୍ୟ ଗତି କରେ ତେବେ ଏହା ତାମିଲନାଡ଼ୁ ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଆଗାମୀ ୧୦ ତାରିଖ ବେଳକୁ ସମ୍ଭାବ୍ୟ ବାତ୍ୟାର ରୂପରେଖ ମିଳିପାରିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର