ଭୁବନେଶ୍ୱର: ବାତ୍ୟା ‘ବୁଲବୁଲ’ ଓଡ଼ିଶା ଉପକୂଳରେ ପହଂଚିବା ପୂର୍ବରୁ ଲୋକଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଶନିବାର ପବନର ବେଗ ଘଣ୍ଟା ପ୍ରତି ୮୦ ରୁ ୯୦ କିଲୋମିଟର ରହିବ।
ଆଜି ରାତି ୧୨ଟାରୁ କାଲି ଦିନ ୧୨ଟା ଯାଏ ସତର୍କ ରହିବା ପାଇଁ ଏସ୍ଆର୍ସିଙ୍କ ପକ୍ଷରୁ ସୂଚନା ମିଳିଛି। ବିଭିନ୍ନ ଅଞ୍ଚଳରେ ଓଡ୍ରାଫ୍ ଓ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ ହୋଇଛି। ବର୍ତ୍ତମାନ ପାରାଦୀପଠାରୁ ୨୨୦ କିମି ଦୂରରେ ଥିବା ବୁଲବୁଲ୍ ୧୬ କିଲୋମିଟର ବେଗରେ ଗତି କରୁଛି। ଏହାର ପ୍ରଭାବରେ ପବନ, ବର୍ଷା ଜାରି ରହିଛି। ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ନାହିଁ। ଆବଶ୍ୟକ ପଡ଼ିଳେ ଲୋକମାନଙ୍କୁ ସ୍ଥାନାନ୍ତର କରାଯିବ ବୋଲି ଏସ୍ଆର୍ସିଙ୍କ ପକ୍ଷରୁ ସୂଚନା ମିଳିଛି।
/sambad/media/post_attachments/wp-content/uploads/2019/11/828852-cyclone-1-e1573206999926-300x169-1-300x169.jpg)
ଜଗତସିଂହପୁରରେ ସମୁଦାୟ ୨୧୯ ଜଣ ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ନିଆଯାଇଛି। ପାରାଦୀପରେ ୧୯ ଜଣ ଲୋକଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଥିବା ବେଳେ ତିର୍ତୋଲରେ ୨୦୦ ଜଣଙ୍କୁ ଆଶ୍ରୟସ୍ଥଳୀରେ ରଖାଯାଇଛି। ପାରାଦୀପ ବନ୍ଦର ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୬୦ରୁ ୭୦ କିମି ବେଗରେ ପବନ ବହୁଛି।
କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳରେ ମଧ୍ୟ ସମସ୍ତ ପ୍ରକାରର ସତର୍କତା ଅବଲମ୍ବନ କରାଯାଇଛି। ସମୁଦ୍ରକୂଳିଆ ପେଣ୍ଠ ଅଞ୍ଚଳର ୨୦୦ରୁ ୨୫୦ ଲୋକଙ୍କୁ ପାଇଁ ବାତ୍ୟା ଆଶ୍ରୟସ୍ଥଳରେ ରଖାଯାଇଛି। ବାତ୍ୟା ଅଶଙ୍କା ବଢ଼ିଯିବାରୁ ପେଣ୍ଠର ଅଧିକାଂଶ ଲୋକଙ୍କର ମାଟି ଘର ହୋଇଥିବା ହେତୁ ସେମାନଙ୍କୁ ପେଣ୍ଠ ଆଶ୍ରୟସ୍ଥଳୀକୁ ନିଆଯାଇ ପ୍ରଶାସନ ପକ୍ଷରୁ ତଦାରଖ କରାଯାଉଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/11/bulbul12-2.jpg)