ଭୁବନେଶ୍ୱର : ବାତ୍ୟା ‘ଜୱାଦ’ ଓଡ଼ିଶା ଉପକୂଳଠାରୁ କେଇ କିଲୋମିଟର ଦୂରରେ ରହିଥିଲେ ବି ପାଣିପାଗ ବିଶେଷଜ୍ଞମାନେ ଏହାର ଲ୍ୟାଣ୍ଡଫଲ୍ ନେଇ ଏଯାଏ କୌଣସି ସ୍ପଷ୍ଟ ଚିତ୍ର ଆଙ୍କିପାରିନାହାନ୍ତି। ତେବେ ଏହା ୫ ତାରିଖ ମଧ୍ୟାହ୍ନରେ ପୁରୀ ପାଖାପାଖି ଅତିକ୍ରମ କରିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅର୍ଥାତ ଏହା ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ନେଇ ଏବେ ବି ଦ୍ବନ୍ଦ୍ବ ରହୁଛି। କିନ୍ତୁ ଇତିହାସ କହୁଛି, ଡିସେମ୍ବରରେ ବଙ୍ଗୋପସାଗରରେ ସୃଷ୍ଟ କୌଣସି ବାତ୍ୟା କେବେ ଓଡ଼ିଶାରେ ଲ୍ୟାଣ୍ଡଫଲ୍ କରିନାହିଁ।
/sambad/media/post_attachments/wp-content/uploads/2021/12/weather.jpg)
୧୮୯୧ରୁ ୨୦୨୦ ମସିହା ମଧ୍ୟରେ ଅର୍ଥାତ ଏହି ୧୩୦ ବର୍ଷରେ ବଙ୍ଗୋପସାଗରରେ ସମୁଦାୟ ୧୪ଟି ବାତ୍ୟା ଓ ଅବପାତ ସୃଷ୍ଟି ହୋଇଛି। ଅବଶ୍ୟ ଓଡ଼ିଶା ଉପରେ ଏହାର ପ୍ରଭାବ ପଡ଼ିଛି କିନ୍ତୁ ଏଥିମଧ୍ୟରୁ କେଉଁଟି ବି ଓଡ଼ିଶାରେ ସ୍ଥଳଭାଗ ଛୁଇଁନାହିଁ ବୋଲି ଆଇଏମ୍ଡି ସୂଚନା ଦେଇଛି। ଏଥିରୁ ଅଧିକାଂଶ ଓଡ଼ିଶା ଉପକୂଳ ନିକଟବର୍ତୀ ହୋଇ ଦିଗ ବଦଳାଇ ବାଂଲାଦେଶ ମୁହାଁ ହୋଇଥିବା ବେଳେ ଅନ୍ୟ କିଛି ଦକ୍ଷିଣ ଭାରତକୁ ଗତି କରିଛି। ତେବେ ବାତ୍ୟା ‘ଜୱାଦ’ ଏହାର ପୁନରାବୃତ୍ତି କରିବ ବୋଲି ଅନୁମାନ କରାଯାଉଛି। ୧୯୭୩ ମସିହା ଡିସେମ୍ବର ୧୦ ତାରିଖରେ ବାଂଲାଦେଶରେ ହୋଇଥିବା ବାତ୍ୟା ଗୋପାଳପୁର ଓ ଓଡ଼ିଶା ଉପକୂଳର ବହୁ ପାଖରେ ଅତିକ୍ରମ କରି ପଶ୍ଚିମବଙ୍ଗ ମୁହାଁ ହୋଇ ବାଂଲାଦେଶରେ ସ୍ଥଳଭାଗ ଛୁଇଁଥିଲା। ସେହିଭଳି ୧୯୮୧ ଡିସେମ୍ବର ୧୧ ତାରିଖରେ ଓଡ଼ିଶା ଉପକୂଳକୁ ଘଷି ହୋଇ ବାଂଲାଦେଶରେ ଅନ୍ୟ ଏକ ବାତ୍ୟା ସ୍ଥଳଭାଗ ଛୁଇଁଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/Cyclone-Gulab.jpeg)