ଭୁବନେଶ୍ୱର: ନଭେମ୍ବର ୫ ତାରିଖ ସୁଦ୍ଧା ଉତ୍ତର ସୁମାତ୍ରା ନିକଟରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବ | ବିଷୁବରେଖାର ଅତି ନିକଟତର ଥିବାରୁ ଏହା ଘନୀଭୂତ ହେବାରେ ବିଳମ୍ବ ହୋଇପାରେ | ୮ କିମ୍ବା ୯ ସୁଦ୍ଧା ଲଘୁଚାପ ସୃଷ୍ଟି ହୋଇପାରେ | କିଛି ଏଭଳି ସୂଚନା ଦେଇଛନ୍ତି ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ | ସେ କହିଛନ୍ତି ଯେ ଲଘୁଚାପ ହେଲେ ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହୁଏ, ହେଲେ ବର୍ତ୍ତମାନ ବାତ୍ୟା କଥା କହିବା ମୁସ୍କିଲ | କିନ୍ତୁ ଦୁଇଟି ମଡେଲ କହୁଛନ୍ତି ଯେ ଘୂର୍ଣ୍ଣିବଳୟ ହେବାକୁ ଯାଉଛି | ହେଲେ ତା ପରବର୍ତ୍ତୀ ସମୟରେ କ'ଣ ହେବ କୌଣସି ମଡେଲ ଆକଳନ କରିନାହାନ୍ତି |

Advertisment

ତେବେ ଆସନ୍ତା ୯ରୁ ୧୨ ତାରିଖ ବେଳକୁ ଉର୍ଦ୍ଧ୍ବଗାମୀ ବାୟୁ ବେଶୀ ଅନୁକୂଳ ନଥିବ, ତେଣୁ ଵିଶେଷ ବାତ୍ୟାର ସମ୍ଭାବନା ନାହିଁ | ପଶୁପାଳକ କହିଛନ୍ତି ଯେ ଯଦି ବାତ୍ୟା ହୁଏ ତାହା ରିକର୍ଭ କରିବ, ହେଲେ ଏବେଠୁ ଅଧିକ କହିବା ମୁସ୍କିଲ | ବର୍ତ୍ତମାନ ଯାହା ଆକଳନ କରାଯାଉଛି ପବନ ଅପେକ୍ଷା ବର୍ଷା ଅଧିକ ହେବ | ଘୂର୍ଣ୍ଣିବଳୟ ଯଦି ପଶ୍ଚିମ ଉତ୍ତର ପଶ୍ଚିମ ଦିଗରେ ଗତି କରିବ ତାହାଲେ ଉପକୂଳ ଦେଇ ଆସିବ | ଯଦି ବେଶୀ ଦକ୍ଷିଣ ପଶ୍ଚିମକୁ ଯିବ ନାହିଁ ତେବେ ରିକର୍ଭ କରି ବାଂଲାଦେଶ ଆଡେ ଯିବ | କିନ୍ତୁ ଏହା ପ୍ରାଥମିକ ଆକଳନ,ଏବେଠୁ ବାତ୍ୟା ହେବ ବୋଲି ସ୍ପଷ୍ଟ ଭାବେ କହିହେବ ନାହିଁ |