ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆସୁଥିବା ‘ଗାଜା’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିଝଡ଼ର ରୂପ ନେବ, ଓଡ଼ିଶା ଉପରେ ପ୍ରଭାବ ସମ୍ଭାବନା କମ୍
ଭୁବନେଶ୍ୱର: ପୁଣି ଏକ ସାମୁଦ୍ରିକ ଘୂର୍ଣ୍ଣଝଡ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି । ଏହାର ନାଁ ରଖାଯାଇଛି ଗାଜା। ଏହା କ୍ରମଶଃ ଘନୀଭୂତ ହୋଇ ଏକ ସିଭିୟର ସାଇକ୍ଲୋନିକ ଷ୍ଟର୍ମ ( ଭୟଙ୍କର ସାମୁଦ୍ରିକ ଝଡ଼) ରେ ପରିଣତ ହୋଇଛି । ତେବେ ଗାଜା ଓଡ଼ିଶା ପାଇଁ କୌଣସି ବିପଦ ସୃଷ୍ଟି କରିବାର ଆଶଙ୍କା ନାହିଁ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଘଣ୍ଟାକୁ ୧୨ କିଲୋମିଟର ବେଗରେ ଆସୁଥିବା ‘ଗାଜା’ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଗଭୀର ଘୂର୍ଣ୍ଣିଝଡ଼ର ରୂପ ନେବ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆଗାମୀ ୨୪ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନ୍ର ରୂପ ନେବାକୁ ଯାଉଛି। ଯାହା ଆସନ୍ତା ନଭେମ୍ବର ୧୫ ତାରିଖ ମଧ୍ୟରେ ଉତ୍ତର ତାମିଲନାଡୁ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶରେ ଥିବା କୁଡ୍ଡାନୋଲ୍ ଓ ଶିଖରୀକୋଟା ଉପକୂଳ ଛୁଇଁବ ବୋଲି ଗତ ରବିବାର ଚେନ୍ନାଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦେଇଛି। ନଭେମ୍ବର ୧୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ବାରଣ କରାଯାଇଛି।
ନଭେମ୍ବର ୧୪ ତାରିଖ ରାତିରେ ଗାଜା ପ୍ରଭାବରେ ଉତ୍ତର ତାମିଲନାଡୁର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ହାର ପ୍ରଭାବରେ ପ୍ରବଳବର୍ଷା ହେବା ସହ ପବନ ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିଲୋମିଟରକୁ ଛୁଇଁବାର ସମ୍ଭାବନା ରହିଛି । ନଭେମ୍ବର ୧୫ରେ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ନଭେମ୍ବର ୧୬ରେ ପ୍ରବଳ ବର୍ଷା ଲାଗି ରହିବାର ସମ୍ଭାବନା ରହିଛି।