ଭୁବନେଶ୍ବର: ଉପକୂଳ ଆଡ଼କୁ ମାଡି ଆସୁଛି ୟାସ୍ । ଗତ ୬ ଘଣ୍ଟା ହେବ ୨ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା ୟାସ୍ । ପାଣିପାଗ ବିଭାଗ ପକ୍ଷରୁ ମଧ୍ୟାହ୍ନ ୧୨ଟାରେ ଜାରି କରାଯାଇଥିବା ବୁଲେଟିନରେ କୁହାଯାଇଛି ଯେ, ଏବେ ବାତ୍ୟା ସମୁଦ୍ର ଭିତରେ ବଳ ଗୋଟାଇବା ସହ ଧୀରେ ଧୀରେ ଆଗକୁ ବଢୁଛି ।
ପାରାଦୀପରୁ ସାଗର ଦ୍ୱୀପ ମଧ୍ୟରେ ୟାସ୍ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଥିବା ବେଳେ ଏବେ ପାରାଦୀପ ଠାରୁ ୫୩୦ କିଲୋମିଟର ଦୂର ଏବଂ ବାଲେଶ୍ୱର ଠାରୁ ୬୩୦ କିଲୋମିଟର ଦୂରରେ ରହିଛି । ସେହିଭଳି ଦୀଘା ଠାରୁ ୬୨୦ କିଲୋମିଟର ଦୂରରେ ବାତ୍ୟା ୟାସ୍ ରହିଛି । ଆଗାମୀ ୧୨ ଘଣ୍ଟା ମଧ୍ୟ ଏହା ଭୀଷଣ ସାମୁଦ୍ରିକ ଝଡ଼ର ରୂପ ନେବ । ସେହିଭଳି ୨୪ ଘଣ୍ଟା ମଧ୍ୟରେ ଏହା ଅତି ଭୀଷଣ ବାତ୍ୟାର ରୂପ ନେବ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/Untitled-53.jpg)