ବ୍ୟାସନଗର: ବ୍ୟାସନଗର ସହରର ହନୁମାନ ଗଳିରେ ଗତକାଲି ବିଳମ୍ବିତ ରାତିରେ ଗ୍ୟାସ୍ ସିଲିଣ୍ଡର ଫାଟି ଏକ ଘର ପୋଡ଼ିଯାଇଛି। ପ୍ରାପ୍ତ ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ହନୁମାନ ଗଳିରେ ରହୁଥିବା ବି. ରାଉତ ରୋଷେଇ ସାରି ଘରର କବାଟ ବନ୍ଦ କରି ବାହାରକୁ ପଳାଇ ଆସିଥିଲେ। ଗ୍ୟାସ୍ ସିଲିଣ୍ଡର ଚାବି ବନ୍ଦ କରି ନଥିଲେ। ଫଳରେ ସିଲିଣ୍ଡରୁ ଗ୍ୟାସ୍ ନିର୍ଗତ ହୋଇଥିଲା।
ଶ୍ରୀ ରାଉତ ଘରକୁ ଫେରି ହଠାତ୍ ଲାଇଟର୍ ମାରିବାରୁ ନିଆଁ ଲାଗିଯାଇଥିଲା। ଫଳରେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡ଼ି ଆସିଥିଲେ। ପରେ ଗ୍ୟାସ୍ ସିଲିଣ୍ଡରଟି ଫାଟିଯିବାରୁ ନିଆଁ ଚାରିଆଡ଼କୁ ବ୍ୟାପି ଯାଇଥିଲା। ରୋଷେଇ ଘରର ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ ଯାଜପୁର ରୋଡ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/11-14.jpg)