ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ସମ୍ପର୍କରେ ଆଉ କିଛି ସ୍ପଷ୍ଟ ଚିତ୍ର ପ୍ରଦାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ଲଘୁଚାପ କ୍ଷେତ୍ରଟି ଆସନ୍ତା ୨୨ ତାରିଖ ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗର ଓ ନିକଟବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ । ଏହା ପରବର୍ତ୍ତୀ ୭୨ ଘଣ୍ଟାରେ ପର୍ୟ଼୍ୟାୟକ୍ରମେ ଏକ ଡିପଡିପ୍ରେସନ ଓ ତାପରେ ଏକ ବାତ୍ୟା ବା ସାଇକ୍ଲୋନିକ ସର୍କୁଲେସନରେ ପରିଣତ ହେବ । ଏହା ଉତ୍ତର-ପଶ୍ଚିମ ଦିଗରେ ଗତିକରି ମେ ୨୬ ସଂନ୍ଧ୍ୟା ସୁଦ୍ଧା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ଏହି ଲଘୁଚାପ କ୍ଷେତ୍ର ଓ ସମ୍ଭାବ୍ୟ ବାତ୍ୟା ଉପରେ ନିୟମିତ ନଜର ରଖାଯ଼ାଇଛି ବୋଲି ଆଇଏମଡି ପକ୍ଷରୁ ଜାରି ବୁଲେଟିନରେ କୁହାଯ଼ାଇଛି ।
ଏହି ବାତ୍ୟା ପ୍ରଭାବରେ ଆସନ୍ତା ୨୪ରୁ ୨୬ ପର୍ୟ଼୍ୟନ୍ତ କେନ୍ଦ୍ରୀୟ ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ରହିବ । ସେହିପରି ୨୫ରୁ ୨୭ ପର୍ୟ଼୍ୟନ୍ତ ଉତ୍ତର-ବଙ୍ଗୋପସାଗର ଓ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ । ଏହି ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆସନ୍ତା ୨୩ ତାରିଖ ସୁଦ୍ଧା ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀମାନଙ୍କୁ ସ୍ଥଳଭାଗକୁ ଫେରିଆସିବାକୁ ବିଭାଗ ପକ୍ଷରୁ ପରାମର୍ଶ ଦିଆଯ଼ାଇଛି ।