ଡ୍ରୋନ୍‌ ସହାୟତାରେ ସିୱାଇଏସ୍‌ଡିର ବନ୍ୟା କ୍ଷୟକ୍ଷତି ଆକଳନ

ଭୁବନେଶ୍ୱର : ଡ୍ରୋନ୍‌ ସହାୟତାରେ ସିଏସ୍‌ୱାଡି ଯାଜପୁର ଜିଲ୍ଲାର ବରୀ ବନ୍ୟା ପ୍ରଭ‌ାବିତ ଅଞ୍ଚଳରେ କ୍ଷୟକ୍ଷତି ଆକଳନ କରିଛି। ଏଥିସହିତ, ସାମାଜିକ ଅନୁଷ୍ଠାନ ସିୱାଇଏସ୍‌ଡି ଓ ଏହାର ସହଯୋଗୀ ଅଭିଯାନ, ଅମୃତ, ଗ୍ଲୋବାଲ୍‌ ନେଟ୍‌ୱର୍କ, ନ୍ୟାସ୍‌ନାଲ୍‌ ୟୁଥ୍‌ ପ୍ରୋଜେକ୍ଟର ସ୍ବେଚ୍ଛାସେବୀ ଓ ବରୀର ଗୋପବନ୍ଧୁ ରମାଦେବୀ ଆଶ୍ରମ ବନ୍ୟା ବିପନ୍ନଙ୍କୁ ସହଯୋଗର ହାତ ବଢାଇଛନ୍ତି।

ସୂଚନା ଅନୁସାରେ, ବରୀ ବ୍ଲକର ତିନୋଟି ସ୍ଥାନରେ ବନ୍ୟା ରିଲିଫ ସହାୟତା କେନ୍ଦ୍ର ପ୍ରତିଷ୍ଠା କରାଯାଇ ସ୍ଥାନୀୟ ସ୍ବେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ବନ୍ୟା ପରବର୍ତ୍ତୀ ସମୟରେ ମହାମାରୀ ବ୍ୟାପିବାର ସମ୍ଭାବନାକୁ ଏଡ଼ାଇବା ପାଇଁ ସ୍ବେଚ୍ଛାସେବୀମାନେ ୧୧ଟି ପଞ୍ଚାୟତର ପ୍ରାୟ ୯୦୦ ସ୍ଥାନୀୟ ଯୁବକ ଓ ମହିଳା ସ୍ବୟଂ ସହାୟକ ଦଳର ସଦସ୍ୟମାନଙ୍କୁଏକାଠି କରି ପ୍ରାୟ ୨୦ଟି ଗ୍ରାମସଫେଇ, ୬୦ରୁ ଉର୍ଦ୍ଧ୍ୱ କୂଅ ଓ ନଳକୂଅ ବିଶୋଧନ ଭଳି କାର୍ଯକ୍ରମମାନ କରାଯାଇଛି। ଏହି ସଫେଇ ଅଭିଯାନର ଅଧ୍ୟକ୍ଷ ମଧୁସୂଦନ ଦାସ ଓ କାହ୍ନୁ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଚାଲିଛି। ସ୍ଥାନୀୟ ଅଞ୍ଚଳର ସାମାଜିକ ଅନୁଷ୍ଠାନମାନଙ୍କ ସହଯୋଗରେ ରିଲିଫ କାର୍ଯକୁ ତ୍ୱରାନ୍ବିତ କରିବା ତଥା ବନ୍ୟା ପରବର୍ତ୍ତୀ ପୁନଃଥଇଥାନ କାର୍ଯକ୍ରମଗୁଡିକୁ ସୂଚାରୁରୂପେ ତୁଲାଇବା ପାଇଁ ବ୍ଲକସ୍ତରରେ ଏକ ସଂଯୋଜନା ବୈଠକ ଗୋପବନ୍ଧୁ-ରମାଦେବୀ ଆଶ୍ରମ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବନ୍ୟା ପରବର୍ତ୍ତୀ ଅନେକ ସମସ୍ୟା ସମ୍ପର୍କରେ ବିଶେଷଭାବେ ଆଲୋଚନା ପୂର୍ବକ ଏହାର ସମାଧାନ ଦିଗଗୁଡିକ ଉପରେ ମଧ୍ୟ ଆଲୋକପାତ କରାଯାଇଥିଲା।

ଏହି ବ୍ଲକ୍‌‌ରେ ୨୫ଟି ଗ୍ରାମରେ ଏଚଏଆଇ ସଂଗଠନ ସହଯୋଗରେ ଡ୍ରୋନ ଜରିଆରେ ବନ୍ୟା କ୍ଷୟକ୍ଷତି ଆକଳନ କାର୍ଯ୍ୟ କରାଯାଇଛି ଏବଂ ଏହି ଟେକନୋଲଜି ମାଧ୍ୟମରେ ସଠିକ୍‌ ଓ ଖୁବ କମ୍‌ ସମୟରେ ବିପର୍ଯ୍ୟୟ କ୍ଷୟକ୍ଷତି କରାଯାଇ ବିପନ୍ନମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ ବୋଲି ସିୱାଇଏସଡିର ସହ-ପ୍ରତିଷ୍ଠାତା ତଥା ମାର୍ଗଦର୍ଶକ ଜଗଦାନନ୍ଦ କହିଛନ୍ତି।

ସମ୍ବନ୍ଧିତ ଖବର