ଉପରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ସଚିବ ପଦକୁ ଗଲେ ଆଇଏଏସ୍‌ ପ୍ରଶାନ୍ତ ରେଡ୍ଡି

ଭୁବନେଶ୍ବର :  ୨୦୦୯ ବ୍ୟାଚ୍‌ ଓଡ଼ିଶା କ୍ୟାଡରର ଆଇଏଏସ୍‌ ତଥା ସାମାଜିକ କଲ୍ୟାଣ ନିର୍ଦେଶକ ଡି.ପ୍ରଶାନ୍ତ ରେଡ୍ଡିଙ୍କୁ ଉପରାଷ୍ଟ୍ରପତି ଭେଙ୍କେୟାନାଇଡୁଙ୍କ ବ୍ୟକ୍ତିଗତ ସଚିବ ପଦକୁ ବଦଳି କରାଯାଇଛି। ଆଜି ତାଙ୍କୁ ତାଙ୍କ ପଦବିରୁ ଅବ୍ୟାହତି ଦିଆଯାଇଛି। ତାଙ୍କ ସ୍ଥାନରେ ୨୦୧୧ ବ୍ୟାଚ୍‌ ଆଇଏଏସ୍‌ ତଥା ଜଳ ସଂପଦ ବିଭାଗରେ ଉପ ସଚିବ ପଦବିରେ କାର୍ଯ୍ୟ କରୁଥିବା ଜି. ରେଘୁଙ୍କୁ ଅବସ୍ଥାପିତ କରାଯାଇଛି। ‌ସେ ସାମାଜିକ କଲ୍ୟାଣର ନିର୍ଦେଶକ ଦାୟିତ୍ବରେ ରହିବେ। ଏ‌ ନେଇ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି।

ସମ୍ବନ୍ଧିତ ଖବର