ଓଡ଼ିଶାରେ ପ୍ରଗତି, ବିକାଶ ନାମରେ ଶୋଷଣ ଚାଲିଛି : ପୁରନ୍ଦେଶ୍ବରୀ
ମୁଖ୍ୟମନ୍ତ୍ରୀ ଘରେ ନ ବସି ଲୋକଙ୍କ ପାଖକୁ ଆସନ୍ତୁ, ଆବାସ ଦୁର୍ନୀତିରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିଶାଣ
ସେହିପରି କେନ୍ଦ୍ର ସରକାରଙ୍କ ଆବାସ ଯୋଜନାକୁ ରାଜ୍ୟ ସରକାର ହାଇଜାକ୍ କରୁଥିବା ପ୍ରସଙ୍ଗରେ ସେ କହିଛନ୍ତି, ଏଥିରେ ବିଜେଡି ନେତା ଓ ମନ୍ତ୍ରୀ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇଛନ୍ତି। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏହି ଦୁର୍ନୀତିକୁ ସିଧାସଳଖ ଭାବେ ପ୍ରଶ୍ରୟ ଦେଇଛନ୍ତି। ଦଳର ସମସ୍ତ କର୍ମୀଙ୍କ ନାମରେ ଆବାସ ପ୍ରଦାନ କରିଥିବା ବେଳେ ଉପଯୁକ୍ତ ହିତାଧିକାରୀ ମାନେ ଏଥିରୁ ବଞ୍ଚିତ ହୋଇଛନ୍ତି। ରାଜ୍ୟ ସରକାରଙ୍କ ଅସଲ ମୁଖା ପଦାରେ ପକାଇବାକୁ ଆଗାମୀ ଦିନରେ ବିଜେପି ଅଣ୍ଟା ଭିଡ଼ିବ। ଆଉ ଆନ୍ଦୋଳନ ଜରିଆରେ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରହିବ ବୋଲି ପୁରନ୍ଦେଶ୍ବରୀ କହିଥିଲେ।