ନିରଞ୍ଜନ-ଡି ରାଜା ସାକ୍ଷାତ : କଂଗ୍ରେସ-ବାମ ମେଣ୍ଟ ଖୁବ୍‌ଶୀଘ୍ର

ଜେଏମ୍‌ଏମ୍‌ ବି ସାମିଲ ହେବ

ଭୁବନେଶ୍ବର : ସାଧାରଣ ନିର୍ବା‌ଚନ ପାଇଁ ତିନିଟି ଦଳ ସହ ମେଣ୍ଟ କରିବ କଂଗ୍ରେସ। ଏଥି ପାଇଁ ଚାଲିଥିବା ପ୍ରକ୍ରିୟା ଆଜି ଆଉ ପାଦେ ଆଗେଇଛି। ସିପିଆଇର ଜାତୀୟ ସମ୍ପାଦକ ଡି ରାଜାଙ୍କ ଭୁବନେଶ୍ବର ଗସ୍ତ ଅବସରରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ତାଙ୍କର ସାକ୍ଷାତ ହୋଇଛି। ମେଣ୍ଟ ପ୍ରସଙ୍ଗରେ ଉଭୟ ଆଲୋଚନା କରିଛନ୍ତି। ଖୁବ୍ ଶୀଘ୍ର ଏହି ମହାମେଣ୍ଟର ରୂପରେଖ ଚୂଡ଼ାନ୍ତ ହେବ ବୋଲି ନିଜେ ଡି ରାଜା ସୂଚନା ଦେଇଛନ୍ତି।

ସିପିଆଇ ରାଜ୍ୟ ପରିଷଦ ବୈଠକରେ ଯୋଗ ଦେବା ଅବସରରେ ଡି ରାଜା ଆହୁରି କହିଛନ୍ତି, ଓଡ଼ିଶା ରାଜନୀତିରେ ବିଜେପି କୌଣସି ପ୍ରକାର ଫାଇଦା ନେବାର ସୁଯୋଗକୁ ରୋକିବାକୁ ପଡ଼ିବ। ‌େସହିପରି ବିଜେଡି ଯେପରି ରାଜନୀତି କରୁଛି, ତାହାକୁ ବି ସିିପିଆଇ ଗ୍ରହଣ କରିପାରୁନି। ଉଭୟ ସାମ୍ପ୍ରଦାୟିକ ଦଳ ଓ ଧର୍ମନି‌ରପେକ୍ଷ ଗଣତାନ୍ତ୍ରିକ ଦଳ ଠାରୁ ସମଦୂରତ୍ବ ଅବଲମ୍ବନ କରିବା ଆଦୌ ଗ୍ରହଣୀୟ ନୁହେଁ। ଏପରି ସମଦୂରତ୍ବ ଓଡ଼ିଶା କିମ୍ବା ସାରା ଦେଶକୁ କୌଣସି ଲାଭ ଦେବ ନାହିଁ। କେବଳ ସିପିଆଇ ନୁହେଁ, ସିପିଆଇ(ଏମ୍‌) ମଧ୍ୟ କଂଗ୍ରେସ ସହ ଆଲୋଚନା କରିଛି। କଂଗ୍ରେସ, ସିପିଆଇ, ସିପିଆଇ(ଏମ୍‌) ଓ ଜେଏମ୍‌ଏମ୍‌ର ମହାମେଣ୍ଟ ଓଡ଼ିଶାରେ ନିର୍ବାଚନକୁ ଓହ୍ଲାଇବ ବୋଲି ସ୍ଥିର ହୋଇଛି। ଶ୍ରୀ ରାଜା ଆହୁରି କହିଥିଲେ, ସିପିଆଇ ନିର୍ଦ୍ଦିଷ୍ଟ ଭାବେ କେଉଁ ଆସନରେ ଲଢ଼ିବ, ସେ ନେଇ ରାଜ୍ୟ ପରିଷଦ ଆସନ ଚିହ୍ନଟ କରିଛି। ଆଲୋଚନା ମାଧ୍ୟମରେ ଆସନ ବୁଝାମଣା ହେବ। କଂଗ୍ରେସ ସହ ନିର୍ବାଚନୀ ମେଣ୍ଟ ନେଇ ତିନିଟି ଯାକ ଦଳର ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଆରମ୍ଭ ହୋଇଗଲାଣି। ପ୍ରତିଟି ଦଳ କେଉଁ କେଉଁ ଲୋକସଭା ଓ ବିଧାନସଭା ଆସନରେ ଲଢ଼ିବାକୁ ଆଗ୍ରହୀ, ତାହାର ଏକ ତାଲିକା ମଧ୍ୟ କଂଗ୍ରେସକୁ ଦେଇସାରିଲେଣି। ସେହି ତାଲିକାକୁ ନେଇ କଂଗ୍ରେସରେ ଜୋର୍‌ଦାର୍ ଆଲୋଚନା ଆରମ୍ଭ ହୋଇଗଲାଣି। ବି‌େଶଷ କରି ଜିତିବା ସମ୍ଭାବନା ଥିବା ଆସନଗୁଡ଼ିକୁ ମେଣ୍ଟ ସହଯୋଗୀଙ୍କୁ ଛାଡ଼ି ଦେବାକୁ ଦଳ ପକ୍ଷରୁ ବିଚାର ବିମର୍ଷ ଜାରି ରହିଛି। ସମ୍ଭବତଃ ଚଳିତ ମାସ ‌େଶଷ ସୁଦ୍ଧା ମେଣ୍ଟର ରୂପରେଖ ଚୂଡ଼ାନ୍ତ ହେବ ବୋଲି ଦଳର ବରିଷ୍ଠ ନେତାମାନେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର