ପଞ୍ଚିମାଞ୍ଚଳ ଡିଆଇଜି ଭାବେ ଯୋଗଦେଲେ ଡ. ସାର୍ଥକ ଷଡଙ୍ଗୀ

ରାଉରକେଲା : ସୋମବାର ଡ. ସାର୍ଥକ ଷଡଙ୍ଗୀ ପଞ୍ଚିମାଞ୍ଚଳର ନୂଆ ଡିଆଇଜି ଭାବେ ରାଉରକେଲା କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ପଶ୍ଚିମାଞ୍ଚଳ ଆଇଜି କବିତା ଜଲାନଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ ଯେ ଇତିମଧ୍ୟରେ କବିତା ଜାଲାନ ନାଗରିକ ଉଡ୍ଡୟନ ବିଭାଗର ନିର୍ଦ୍ଦେଶିକା ଭାବେ ପଦୋନ୍ନତି ପାଇଛନ୍ତି। ୨୦୦୭ ବ୍ୟାଚର ଆଇପିଏସ୍ ଡ. ଷଡଙ୍ଗୀ ଗତ ୨୦୧୯ ଫେବ୍ରୁଆରିରେ ରାଉରକେଲାର ଏସପି ଭାବେ ଯୋଗଦେଇଥିଲେ। ୭ ମାସ ପରେ ଭିଜିଲାନ୍ସ ଏସପି ଭାବେ ତାଙ୍କର ଭୁବନେଶ୍ବରକୁ ବଦଳି ହୋଇଥିଲା। ରାଉରକେଲାରେ ଏସପି ଥିଲାବେଳେ ସହରରେ ଅପରାଧୀ କାର୍ଯ୍ୟକଳାପକୁ ରୋକିବାରେ ସେ ପ୍ରମୁଖ ଭୂମିକା ନେଇଥିଲେ। ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆରଟିଓ)କୁ ଦଲାଲ ମୁକ୍ତ କରିଥିଲେ। ପରେ ପରେ ଓଡ଼ିଶାର ସମସ୍ତ ଆରଟିଓ ଅଫିସକୁ ଦଲାଲମୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର