ଦାଦାବଟି ଆଦାୟ ମାମଲା, ୩ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଫାଣ୍ଡୀ ଅଧୀନ ଖୋର୍ଦ୍ଧା ଶିଳ୍ପାଂଚଳରେ ଦାଦାବଟି ଆଦାୟ ମାମଲାରେ ଗିରଫ ସଂଖ୍ୟା ତିନିକୁ ବୃଦ୍ଧି ପାଇଛି । ଶିଳ୍ପାଂଚଳରେ ଥିବା ଶିଳ୍ପାନୁଷ୍ଠାନର ମାଲିକଙ୍କ ଠାରୁ ଡରାଇଧମକାଇ ବଟି ଆଦାୟ କରୁଥିବା ଓ ଚୋରି ଆଦି ଅରାଜକତା ସୃଷ୍ଟି କରୁଥିବା ମାମଲାରେ ପୂର୍ବେ ଜଣକୁ ଗିରଫ କରାଯାଇଥିଲା । ଆଜି ଆଉ ଦୁଇଜଣଙ୍କୁ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଦୁଇଜଣ ହେଲେ, ଆଦର୍ଶଥାନା ଅନ୍ତର୍ଗତ କାମନାବରସାହିର କୁନା ନାଏକ (୨୪) ଏବଂ ବାଲୁଗାଁ ଥାନା ଅନ୍ତର୍ଗତ ରାଜୁ ବେହେରା(୨୬) ।

ପୁଲିସ ସୂଚନା ଅନୁସାରେ, ଗତ ୨୯ ତାରିଖ ମଧ୍ୟାହ୍ନ ସମୟରେ ୧୦/୧୫ଜଣ ଶିଳ୍ପାଂଚଳରେ ପଶି ବିଭିନ୍ନ କମ୍ପାନୀ ଠାରୁ ଦାଦାବଟି ମାଗୁଥିବା ଅଭିଯୋଗ ହୋଇଥିଲା । ଏହାପରେ ପୁଲିସର ଏକ ଟିମ ସେମାନଙ୍କୁ ଧରିବା ଲାଗି ଯିବାବେଳେ ଅଲ୍ଲୀମୁଦ୍ଦିନ ନାମକ ଜଣେ ଯୁବକ ଧରାପଡ଼ିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଥିଲା । ଏହି ୪୮୪/୨୨ ମାମଲାରେ ଆଜି କୁନା ଓ ରାଜୁ କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ସମ୍ବନ୍ଧିତ ଖବର