ଦାଦନ ଦୁଃଖ : ଡାକ୍ତରଖାନାରେ ବନ୍ଧା ପଡ଼ିଗଲା ଶବ

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରୁ ହାଇଦ୍ରାବାଦ ଅଂଚଳକୁ ଦାଦନ ଖଟିବାକୁ ଯାଇଥିଲେ ରୋହିତ ବାଗ ଓ ତାଙ୍କ ପତ୍ନୀ ଚୁମକୀ ବାଗ। ଉଭୟେ ସେଠାରେ କାମ କରୁଥିଲେ। କିନ୍ତୁ କିଛି ମାସ ତଳେ ଚୁମକୀ ଗର୍ଭବତୀ ଥିବା ଜାଣିବାକୁ ପାଇଥିଲେ। ପ୍ରସବ ସମୟ ଆସିଥିବାରୁ ସେମାନେ ଗାଁକୁ ଫେରୁଥିଲେ। କିନ୍ତୁ ବାଟରେ ବିଶାଖାପାଟଣାଠାରେ ପ୍ରସବ ଯନ୍ତ୍ରଣା ହୋଇଥିଲା। ସେଠାକାର ଏକ ଡାକ୍ତରଖାନାରେ ରୋହିତ ତାଙ୍କ ସ୍ତ୍ରୀଙ୍କୁ ଭର୍ତ୍ତି କରିଥିଲେ। ଚିକିତ୍ସା ସମୟରେ ଚୁମକୀଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଡାକ୍ତରଖାନାର ବିଲ୍‌ ୩୫ ହଜାର ଟଙ୍କା ପଇଠ କରିନପାରିବାରୁ ଶବକୁ ହସପିଟାଲ ପକ୍ଷରୁ ଦେବାକୁ ମନା କରାଯାଇଥିଲା। ସାମାଜିକ କର୍ମୀ ଯୁଗଲାଲ ନନ୍ଦ ଓ ରାଷ୍ଟ୍ରୀୟ ଦଳିତ ମହାସଭା ଓଡ଼ିଶା ଶାଖାର ସଭାପତି ମିଳନ ଦାସ ଘଟଣାରେ ହସ୍ତକ୍ଷେପ କରି ଶବକୁ ଗାଁକୁ ଫେରାଇବାର ବ୍ୟବସ୍ଥା କରିଥିଲେ। ଚୁମକୀଙ୍କ ଶବ ଏବେ ଗାଁକୁ ଫେରୁଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର