ଦାଦନ ଖଟିବାକୁ ଯାଇ ନିଖୋଜ

ପଣ୍ଡାପଡ଼ା: ଦାଦନ ଖଟିବାକୁ ଯାଇ ଘଟଗାଁ ବ୍ଲକ୍‌ ପଣ୍ଡାପଡ଼ା ପଞ୍ଚାୟତ ଧରାପଡ଼ା ଗ୍ରାମର ଶତ୍ରୁଘ୍ନ ପେଣ୍ଠେଇ (୪୪) ନିଖୋଜ ହୋଇଯାଇଛନ୍ତି। ସେ ମାର୍ଚ୍ଚ ୨୧ରୁ ନିଖୋଜ ଥିବା ‌ନେଇ ତାଙ୍କ ସ୍ତ୍ରୀ ମିନତି ପେଣ୍ଠେଇ ଥାନାରେ ଅଭିଯୋଗ କରିଛନ୍ତି। ଶତ୍ରୁଘ୍ନ ୨୦ ତାରିଖରେ ଶ୍ବଶୁର ଘର ମସିଣାଯୋଡ଼ି ଗ୍ରାମକୁ ଯାଇଥିଲେ।

ପରଦିନ ମସିଣାଯୋଡ଼ି ଗ୍ରାମର ୫/୬ଜଣ ଲୋକଙ୍କ ସହ କାମ କରିବାକୁ ବେଙ୍ଗାଲୁରୁର  ସାଇଦାପୁର ଅଭିମୁଖେ ବାହାରିଥିଲେ। ସମସ୍ତେ ଟ୍ରେନ୍‌ରେ ଯାତ୍ରା କରିଥିଲେ। ତେବେ ସାଇଦାପୁର ଷ୍ଟେସନରେ ଶତ୍ରୁଘ୍ନ ଓହ୍ଲାଇ ନଥିବା ତାଙ୍କ ସହ ଯାଇଥିବା ଜଣେ ବ୍ୟକ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର