କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ଆମପାଣି ଥାନା ବରାଡ଼ଙ୍ଗା ଗାଁର ଗୋବିନ୍ଦ ଚଲାନଙ୍କ ସାନପୁଅ ନିଧି ଚଲାନ (୨୦ ବର୍ଷ)ଙ୍କ ସନ୍ଦେହଜନକ ଅବସ୍ଥାରେ କର୍ଣ୍ଣାଟକରେ ମୃତ୍ୟୁ ହୋଇଥିଲା। କର୍ଣ୍ଣାଟକ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇ ଆମ୍ବୁଲାନ୍ସ ଯୋଗେ ମୃତକଙ୍କ ଶବକୁ ଗାଁକୁ ପଠାଇଛି। ବୁଧବାର ବିଳମ୍ବିତ ରାତିରେ ମୃତ ନିଧିଙ୍କ ଶବ ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତେବେ ଶବକୁ ନକାଢ଼ି ଆମ୍ବୁଲାନ୍ସକୁ ପରିବାର ଲୋକେ ଅଟକ ରଖି କ୍ଷତିପୂରଣ ଦାବି କରିଛନ୍ତି। ଖବର ପାଇ ଆମପାଣି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିଥିଲା। କିନ୍ତୁ କ୍ଷତିପୂରଣ ପାଇଁ ପରିବାର ଲୋକେ ଜିଦ୍ ଧରିଛନ୍ତି। ବୁଧବାର ରାତି ୧୦ଟା ସୁଦ୍ଧା ଆମ୍ବୁଲାନ୍ସରୁ ଶବ କଢ଼ାଯାଇ ନାହିଁ।
/sambad/media/post_attachments/wp-content/uploads/2021/07/558e97fa-528a-41f7-898c-d3755b4bf6f6.jpg)
ସୂଚନା ଅନୁସାରେ ମୃତ ନିଧି ଚଲାନ ଗତ ୩ମାସ ତଳେ ସ୍ତ୍ରୀ, ପୁଅକୁ ଛାଡ଼ି ପରିବାର ପ୍ରତିପୋଷଣ ପାଇଁ କର୍ଣ୍ଣାଟକର କାପୋଲ ଜିଲ୍ଲା ପୁଷ୍ଟିଜି ଥାନା ଅନ୍ତର୍ଗତ କାଡୁକୋପା ଅଞ୍ଚଳର ଏକ କମ୍ପାନିକୁ ଦାଦନ ଖଟିବାକୁ ଯାଇଥିଲେ। ଗତ ସୋମବାର କମ୍ପାନି ପରିସରରେ ଥିବା ଏକ ଗଛରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ କମ୍ପାନି କର୍ତ୍ତୃପକ୍ଷ ଏନେଇ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। ସମ୍ପର୍କୀୟଙ୍କୁ ଘଟଣାସ୍ଥଳକୁ ନଡାକି ଶବ ବ୍ୟବଚ୍ଛେଦ କରାଯାଇ ଥିବାରୁ ପରିବାର ଲୋକ କମ୍ପାନି ଉପରେ ସନ୍ଦେହ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/8dd21c2d-0c6a-4107-83c7-ed32ca6fa3e9.jpg)