ଭୁବନେଶ୍ୱର : ଦଧୀଚି ଏଜୁକେସନାଲ୍ ଟ୍ରଷ୍ଟ୍ ପକ୍ଷରୁ ସଫଳ ପ୍ରତିଭା ଓ ମାଟ୍ରିକ୍ ଟପର୍ଙ୍କୁ ୩ୟ ଦଧୀଚି ସମ୍ମାନ ପ୍ରଦାନ କରାଯାଇଛି। ଭର୍ଚୁଆ ଲ କାର୍ଯ୍ୟକ୍ରମରେ ଚଳିତ ବର୍ଷ ୭ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା। କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରପ୍ରାପ୍ତ ଲେଖିକା ଶ୍ରଦ୍ଧାଞ୍ଜଳି କାନୁନ୍ଗୋଙ୍କୁ ଦଧୀଚି ‘ସାହିତ୍ୟ ଜ୍ୟୋତି’, ଓଟିଭିକୁ ‘ଆଦର୍ଶ ଜ୍ୟୋତି’, ହରି ଉଦ୍ୟୋଗର ପରିଚାଳନା ନିର୍ଦେଶକ ସଂଗ୍ରାମ ଦାଶଙ୍କୁ ‘ଶିଳ୍ପ ଜ୍ୟୋତି’, ସମ୍ବାଦ ଗ୍ରୁପ୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କୁ ‘ସଫଳ ମହିଳା’, ଏସ୍ଜିଏମ୍ର ପ୍ରମୋଟର୍ ତନୁଜ କୁମାର ମହାନ୍ତିଙ୍କୁ ‘ଶିଳ୍ପ ଜ୍ୟୋତି’, ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ‘ସେବା ଜ୍ୟୋତି’ ଏବଂ ମାଟ୍ରିକ୍ ଟପର୍ ଜିତେନ୍ ମହାଳିକଙ୍କୁ ‘ଛାତ୍ର ଜ୍ୟୋତି’ ସମ୍ମାନ ପ୍ରଦାନ କରାଯାଇଛି। ଟ୍ରଫି ଓ ଉତ୍ତରୀୟ ସହ ପ୍ରତିଭାମାନଙ୍କୁ ସମ୍ବର୍ଧିତ କରାଯାଇଥିଲା। ଛାତ୍ର ଜିତେନ୍ଙ୍କୁ ୧୦ ହଜାର ଟଙ୍କାର ଅର୍ଥରାଶି ସହ ପୁରସ୍କୃତ କରାଯାଇଥିଲା।
ଲଣ୍ଡନ୍ସ୍ଥିତ ଇନ୍ସାଇଟ୍ ୟୁକେ ପ୍ରାଇଭେଟ୍ ଲିମିଟେଡ୍ର ବରିଷ୍ଠ ଆଇଟି ଅଧିକାରୀ ସୁକାନ୍ତ କୁମାର ସାହୁ ମୁଖ୍ୟ ଅତିଥି, ପୂର୍ବତନ ଆୟକର ମହାନିର୍ଦ୍ଦେଶକ ବିଧୁଭୂଷଣ ମହାନ୍ତି ମୁଖ୍ୟବକ୍ତା, ପୁରୀ ଗୋବର୍ଧନ ମଠସ୍ଥିତ ଆଦିତ୍ୟ ବାହିନୀର ରାଷ୍ଟ୍ରୀୟ ସମ୍ପାଦକ ପଣ୍ଡିତ ମାତୃପ୍ରସାଦ ମିଶ୍ର ସମ୍ମାନିତ ଅତିଥି ଭାବେ ଭର୍ଚୁଆଲ କାର୍ଯ୍ୟକ୍ରମରେ ସାମିଲ୍ ହୋଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ଦଧୀଚି ଗ୍ରୁପ୍ର ଜୟଯାତ୍ରାକୁ ନେଇ ଏକ ବୃତ୍ତଚିତ୍ର ପରିବେଷଣ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ଡ. ମନୋଜ କୁମାର ଦାଶ ସ୍ବାଗତ ଭାଷଣ ଦେଇଥିଲେ। ଅନୁଷ୍ଠାନର ଅର୍ଥ ବିଭାଗ ନିର୍ଦ୍ଦେଶକ ବାସୁଦେବ ବିଶ୍ବାଳ, ପ୍ରକଳ୍ପ ନିର୍ଦେଶକ ପ୍ରଭାତ କୁମାର ପାଢ଼ୀ, ପ୍ରଶାସନିକ ନିର୍ଦ୍ଦେଶକ ସୀମାଞ୍ଚଳ ପଣ୍ଡା ପ୍ରମୁଖ ସମ୍ବର୍ଧନା ପ୍ରଦାନରେ ସହଯୋଗ କରିଥିଲେ। ହ୍ବାଇଟ୍ କାନ୍ଭାସର ସାରଳା ପ୍ରସାଦ ମିଶ୍ର, ସୌମ୍ୟଜିତ ପରିଡ଼ା, ଅମୃତ ରଂଜନ ଦାଶ, ଜ୍ଞାନରଂଜନ ରାୟ, ସନ୍ତୋଷ ନାୟକ ଓ ପତିତପାବନ ପଣ୍ଡା ଭର୍ଚୁଆଲ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।