୧୧୨ ଡାଏଲ କରି ପାଆନ୍ତୁ ତିନିଟି ଜରୁରୀ ସେବା

ଭୁବନେଶ୍ବର: ଏଣିକି ପୁଲିସ, ଦମକଳ ଆମ୍ବୁଲାନ୍ସ ସେବା ପାଇଁ ଗୋଟିଏ ନମ୍ବର ୧୧୨ ଜାରି କରାଯାଇଛି । ସାରା ରାଜ୍ୟ ପାଇଁ ଏବେ କାମ କରିବା ଏହି ନମ୍ବର । ଏହାକୁ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ।
ଏଣିକି ଲୋକମାନେ ଆବଶ୍ୟକ ପଡ଼ିଲେ ଗୋଟିଏ ନମ୍ବର ଅର୍ଥାତ ୧୧୨ ଡାଏଲ କରି ପୁଲିସ, ଦମକଳ ଓ ଆମ୍ବୁଲାନ୍ସ ସେବା ପାଇପାରିବେ ।

ପୂର୍ବରୁ ଆମ୍ବୁଲାନ୍ସ ସେବା ପାଇଁ ୧୦୮, ଦମକଳ ପାଇଁ ୧୦୧ ଓ ପୁଲିସ ପାଇଁ ୧୦୦ ନମ୍ବର ଡାଏଲ କରାଯାଉଥିଲା। ଏହା ବି ପୂର୍ବ ଭଳି କାମ କରିବ। ପର୍ଯ୍ୟାୟ କ୍ରମେ ଧୀରେଧୀରେ ଏହି ନମ୍ବର ସବୁ ବନ୍ଦ କରାଯିବ । ହେଲେ ଏହି ୩ଟି ସେବା ପାଇଁ ଗୋଟିଏ ନମ୍ବର ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଏହି ୩ ଜରୁରୀ ସେବା ପାଇଁ ଏବେ ୧୧୨ ଡାଏଲ କରିବାକୁ ହେବ ।

ସମ୍ବନ୍ଧିତ ଖବର