‌ରାଜ୍ୟରେ କରୋନା ଦୈନିକ ସଂକ୍ରମଣ, ମୃତ୍ୟୁ ହାର ସ୍ଥିର

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଗତ କିଛି ଦିନ ହେଲା ଦୈନିକ ସଂକ୍ରମଣ ୪୦୦ ତଳେ ରହୁଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୯୩ ଜଣ ନୂଆ ଆ‌କ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାହା ମଧ୍ୟରୁ ସଙ୍ଗରୋଧରୁ ୨୨୮ ଥିଲା ବେଳେ ୧୬୫ ସ୍ଥାନୀୟ ସଂକ୍ରମଣ ରହିଛି। ସଂକ୍ରମଣ ତାଲିକାରେ ଅନୁଗୁଳ ଶୀର୍ଷରେ ରହିଛି। ଏଠାରେ ୪୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲା ବେଳେ ଦ୍ବିତୀୟରେ ସୁନ୍ଦରଗଡ଼(୪୪) ଓ ତୃତୀୟରେ ଖୋର୍ଦ୍ଧା(୩୯) ରହିଛି। ସମ୍ବଲପୁରରରୁ ୨୭, ବରଗଡ଼ ଓ ମୟୂରଭଞ୍ଜରୁ ୨୬ ଲେଖାଏ, କଟକରୁ ୨୪, ବାଲେଶ୍ବରରୁ ୨୧, ଝାରସୁଗୁଡ଼ାରୁ ୧୮, ଯାଜପୁରରୁ ୧୬, ପୁରୀ ଓ ଗଞ୍ଜାମରୁ ୧୪, ନୂଆପଡ଼ାରେ ୧୩ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ଗଜପତି, ସୋନପୁର ଓ କୋରାପୁଟରୁ କେହି ଆକ୍ରାନ୍ତ ବାହାରି ନାହାନ୍ତି। ଅନ୍ୟ ସବୁ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି। ନୂଆ ୩୯୩ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୭୫୭ରେ ପହଞ୍ଚିଛି।

ଦୈନିକ କ‌େରାନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ଏକ ଅଙ୍କରେ ସୀମିତ ରହୁଛନ୍ତି। ଆଜି ୫ ଜଣଙ୍କ ମୃତ୍ୟୁ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏ ଏବଂ ସୁନ୍ଦରଗଡ଼ରୁ ଜଣେ କରୋନାରେ ମୃତ୍ୟୁବରଣ କରିଛନ୍ତି। ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୮୦୭ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩୮୬ଜଣ ସୁସ୍ଥ ହୋଇଛନ୍ତି। ଫଳରେ ରାଜ୍ୟରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୩ଲକ୍ଷ ୧୯ ହଜାର ୬୯କୁ ବୃଦ୍ଧି ପାଇଛି।

ସମ୍ବନ୍ଧିତ ଖବର