ଭୁବନେଶ୍ବର,୯/୮(ଇମିସ): ରାଜ୍ୟରେ କରୋନା ସଂକ୍ରମଣ ଖସି ଖସି ଚାଲିଛି। ପୂର୍ବରୁ ହଜାର ତଳକୁ ଖସି ଆସିଥିବା ସଂକ୍ରମଣ ଏବେ ୫ଶହ ତଳକୁ ଖସି ଆସିଛି। କିଛି ଜିଲ୍ଲାରେ ହାତ ଗଣତି ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ମାତ୍ର ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ସଂକ୍ରମଣ ହ୍ରାସ ପାଇବା ସତ୍ତ୍ବେ ମୃତ୍ୟୁ ସଂଖ୍ୟା ଜାରି ରହିଛି। ଗତ ୨୪ଘଣ୍ଟାରେ ରାଜ୍ୟରେ ୪୮୭ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିପାଇଁ ୧୫,୨୧୯ କୋଭିଡ ନମୁନା ପରୀକ୍ଷା ହୋଇଥିଲା। ରାଜ୍ୟର ସଂକ୍ରମଣ ହାର ରହିଛି ୩.୨ ପ୍ରତିଶତ। ସୁନ୍ଦରଗଡ଼ରୁ ସର୍ବାଧିକ ୧୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଧା ୭୮, ସମ୍ବଲପୁର ୩୯, କଟକ ୩୧, କଳାହାଣ୍ଡି ୨୧, ନୂଆପଡ଼ା, ମୟୂରଭଞ୍ଜ ୧୫, ବୌଦ୍ଧ ୧୩ ଓ ଷ୍ଟେଟ୍ ପୁଲରୁ ୧୯ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩,୨୦,୦୧୪କୁ ବୃଦ୍ଧି ପାଇଛି। ଆଉ ୨ଜଣ କରୋନାରେ ପ୍ରାଣ ହରାଇଥିବା ଘୋଷଣା ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନାରେ ୯୧୫୧କୁ ବୃଦ୍ଧି ପାଇଛି। ଆଜି ରାଜ୍ୟରେ ୯୮୮ କୋଭିଡ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଯାହାଫଳରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୫୬୧କୁ ଖସି ଆସିଛି।
୫ଶହ ତଳକୁ ଖସିଲା ଦୈନିକ ସଂକ୍ରମଣ
/sambad/media/post_attachments/wp-content/uploads/2022/06/corona-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)