ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ମେଡ଼ିକାଲ କଲେଜରେ କାର୍ଯ୍ୟରତ ସର୍ଜନଙ୍କ ଦରମା ବୃଦ୍ଧି ପରେ ସରକାର ହୋମ୍ଗାର୍ଡ(ଗୃହରକ୍ଷୀ)ମାନଙ୍କୁ ନୂଆବର୍ଷ ଉପହାର ଦେଇଛନ୍ତି। ବର୍ଷ ୨୦୧୮ ଆରମ୍ଭ ହେବାର ଗୋଟିଏ ଦିନ ପରେ ମଙ୍ଗଳବାର ଏ ନେଇ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ନିଷ୍ପତ୍ତି ଅନୁସାରେ ହୋମଗାର୍ଡମାନେ ଏଣିକି ଦୈନିକ ୨୪୦ଟଙ୍କା ବଦଳରେ ୩୦୦ ଟଙ୍କା ମଜୁରୀ ପାଇବେ।
ଦରମା ବୃଦ୍ଧି, ସ୍ଥାୟୀ ନିଯୁକ୍ତି ଓ ଅନ୍ୟାନ୍ୟ ସୁବିଧା ଦାବି ନେଇ କିଛି ଦିନ ତଳେ ହୋମଗାର୍ଡ ସଂଗଠନ ଆନ୍ଦୋଳନ କରିଥିଲା। ହୋମଗାର୍ଡ କର୍ମଚାରୀମାନେ ସରକାରଙ୍କୁ ସମାଲୋଚନ କରିବା ପରେ ମଜୁରୀକୁ ବୃଦ୍ଧି କରିଛନ୍ତି।
ସୂଚନାଯୋଗ୍ୟ ହୋମଗାର୍ଡ କର୍ମଚାରୀମାନଙ୍କୁ ମାସିକ ଦରମା ମିଳି ନଥାଏ। ରାଜ୍ୟ ସରକାର ସେମାନଙ୍କୁ ଦୈନିକ ମଜୁରୀ ହିସାବରେ ଟଙ୍କା ପୈଠ କରିଥାନ୍ତି। ଏହି ହିସାବରେ ସେମାନଙ୍କର ଦୈନିକ ମଜୁରୀରେ ୬୦ ଟଙ୍କା ବୃଦ୍ଧି କରାଯାଇ ଥିବା ବିଜ୍ଞପ୍ତିରୁ ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/home.jpg)