୫ ମାସ ହେଲା ଶ୍ରମିକଙ୍କୁ ମିଳିନି ମନରେଗା ପାଉଣା, ବୋଡ଼େନ ବ୍ଲକ୍‌ ଅଫିସ ଘେରିଲା ଦଳିତ ଅଧିକାର ମଞ୍ଚ

ନୂଆପଡ଼ା/ବୋଡ଼େନ : ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ଲିଟିସର୍ଗି ପଞ୍ଚାୟତ କେଉଁବୁର୍ଲା ଗାଁର ଶ୍ରମିକମାନେ ୫ ମାସ ହେଲା ମନରେଗା ପାଉଣା ପାଇ ନଥିବାରୁ ବୁଧବାର ଦଳିତ ଅଧିକାର ମଞ୍ଚ ବ୍ଲକ୍‌ ଅଫିସ ଘେରାଉ କରିଥିଲା। ତୁରନ୍ତ ଏହି ପାଉଣା ଦିଆ ନଗଲେ ଆଗକୁ ଧାରଣା ଦିଆଯିବ ବୋଲି ମଞ୍ଚ ଧମକ ଦେଇଛି।

ଅଭିଯୋଗ ଅନୁସାରେ, କେଉଁବୁର୍ଲା ଗାଁରେ ପ୍ରାୟ ୮୦ଜଣ ଶ୍ରମିକ ନିମ୍ବପଡ଼ାଠାରୁ ଜଙ୍ଗଲା ରାସ୍ତା କାମ ମନରେଗା ଯୋଜନାରେ କରିଥିଲେ। କାମ ସରିବାର ଇତିମଧ୍ୟରେ ୫ ମାସ ବିତିଯାଇଥିଲେ ମଧ୍ୟ ଶ୍ରମିକମାନେ ପ୍ରାପ୍ୟ ପାଇ ନାହାନ୍ତି। ଏଥିପାଇଁ ଶ୍ରମିକମାନେ ବ୍ଲକ୍‌ ଅଫିସକୁ ଯାଇ ବିଭାଗୀୟ ଅଧିକାରୀ, ଜିଆର୍ଏସ୍‌, ଜେଇ ଓ ଗାଁ ସାଥୀଙ୍କୁ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ଦିନ ଗଡ଼ାଇ ଚାଲିଛନ୍ତି। ଶେଷରେ ଶ୍ରମିକମାନେ ବୁଧବାର ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଲ ତାଣ୍ଡିଙ୍କ ନେତୃତ୍ବରେ ବ୍ଲକ୍‌ ଅଫିସ ଘେରାଉ କରିଥିଲେ। ପରେ ବିଡିଓ ନଥିବାରୁ ଏପିଓ ମିନାଲାଲ ଚନ୍ଦ୍ରକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର