ଶତାଧିକ ଦଳିତ ମହିଳା, ଯୁବକ କ˚ଗ୍ରେସର ଯୋଗଦେଲେ

ଭୁବନେଶ୍ବର : ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ନିଆଳି ନିର୍ବାଚନ ମଣ୍ତଳୀର ଶତାଧିକ ଦଳିତ ମହିଳା ଯୁବକ, ଅବସରପ୍ରାପ୍ତ କର୍ମଚାରୀ କ˚ଗ୍ରେସ ଦଳରେ ଯୋଗ ଦେଇଛନ୍ତି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସେମାନଙ୍କୁ ଦଳକୁ ସ୍ବାଗତ କରିଥିଲେ।

ପିସିସି ସୂଚନାନୁସାରେ ପୂର୍ବତନ ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟା ମମତା ଭୋଇ, ମୂରଲୀଧର ଦାସ, ସୁକାନ୍ତ ତିହାଡ଼ି, ରମାକାନ୍ତ ଭୋଇଙ୍କ ନେତୃତ୍ବରେ ଶତାଧିକ ବ୍ୟକ୍ତି ଏକ ଶୋଭାଯାତ୍ରାରେ କ˚ଗ୍ରେସ ଭବନକୁ ଆସିଥିଲେ। ସେମାନେ ପିସିସି ସଭାପତିଙ୍କ ନେତୃତ୍ବ ଉପରେ ଆସ୍ଥାପ୍ରକଟ କରିଥିଲେ। ଏହି ଅବସରରେ ପିସିସି ସଭାପତି କହିଥିଲେ, ରାଜ୍ୟରେ ଦଳିତଙ୍କ ଉପରେ ଅତ୍ୟାଚାର ଦୀର୍ଘ ୧୮ ବର୍ଷ ଧରି କରୁଛନ୍ତି। ସେମାନଙ୍କ ବିକାଶ ପାଇଁ ଧୢାନ ଦେଉନାହାନ୍ତି। କ˚ଗ୍ରେସ ଦଳ ସରକାରକୁ ଆସିଲେ ଭୂମିହୀନଙ୍କୁ ଜମି, ଦଳିତ ପରିବାରଙ୍କୁ ଉପଯୁକ୍ତ ସମ୍ମାନ ଦେବା ସ˚ଗେ ସ˚ଗେ ଦଳିତଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ଏହି ମିଶ୍ରଣ ପର୍ବରେ ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ବିଭୁ ପ୍ରସାଦ ତରାଇ, ପିସିସି ଉପ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପିସିସି ଅନୁସୂଚିତ ଜାତି ବିଭାଗ ଆବାହକ ଦେବେନ୍ଦ୍ର ମଲ୍ଲିକ, ଅଲୋକ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର