ଦଶରଥପୁର: ବୈତରଣୀ ନଦୀର ଶାଖା କାଣୀ ନଦୀବନ୍ଧ ସୁଦୃଢ଼ୀକରଣ ଚାଲିଥିବା ବେଳେ ଅହିୟାସ ଗ୍ରାମର ସର୍ବେଶ୍ୱର ସାହୁଙ୍କୁ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ଦଶରଥପୁର ବ୍ଲକ୍ କଷପା ପଞ୍ଚାୟତ ଅହିୟାସ ଗ୍ରାମର ସର୍ବେଶ୍ୱରଙ୍କ ବ୍ୟକ୍ତିଗତ ଜମି ଉପରେ କାଣୀ ନଦୀ ବନ୍ଧ ନିର୍ମାଣ ହେଉଛି।
ଏଥିପାଇଁ ତାଙ୍କୁ ୩୦ ହଜାର ଟଙ୍କା ଦେବାକୁ ସ୍ଥିର ହୋଇଥିଲା। ହେଲେ ଟଙ୍କା ନଦେଇ ଜୋରଜବରଦସ୍ତ ତାଙ୍କ ଜମି ଉପରେ ମାଟି ପକାଯାଇଥିଲା। ସେ ଏହାର ପ୍ରତିବାଦ କରିବାରୁ ଠିକାଦାରଙ୍କ ପକ୍ଷରୁ ନିଯୁକ୍ତି ପାଇଥିବା ଜଣେବ୍ୟକ୍ତି ତାଙ୍କୁ ଗାଳି ଗୁଲଜ କରିବା ସହ ମାଡ଼ ମାରିଥିଲେ ବୋଲି ଦଶରଥପୁର ଥାନାରେ ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/9-15.jpg)