ଭଞ୍ଜନଗର : ବର୍ଷା ପାଇଁ ୭୫ ପ୍ରତିଶତ ଖାଲି କରାଯାଉଛି ଡ୍ୟାମ୍

ଭଞ୍ଜନଗର : ସମ୍ଭାବ୍ୟ ଲଘୁଚାପ ଫଳରେ ହେବାକୁ ଥିବା ବର୍ଷାକୁ ଦୃଷ୍ଟିରେ ରଖି ଭଞ୍ଜନଗର ଜଳ ସମ୍ପଦ ବିଭାଜନ ଅଧିନରେ ଥିବା ଭଞ୍ଜନଗର, ସୋରଡା, ଡହ ଓ ବାଘୁଆ ଜଳଭଣ୍ଡାରରୁ ଜଳ ଧାରଣ କ୍ଷମତା ଠାରୁ ୭୫ ପ୍ରତିଶତକୁ କମାଇବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଜଳ ଭଣ୍ଡାରର ପାଣିକୁ ବିଭିନ୍ନ କେନାଲ ଓ ସ୍ପିଲ୍‌ୱେ ମାଧ୍ୟମରେ ନଦୀ ଗୁଡିକୁ ଛଡାଯାଉଛି। ଗତ ସପ୍ତାହର ଲଗାଣ ବର୍ଷାରେ ସୋରଡ଼ା ଏବଂ ଡ଼ହ ଜଳ ଭଣ୍ଡା‌ରରେ ପ୍ରବଳ ପାଣି ପ୍ରବେଶ କରିଛି। ଏପରିକି ସୋରଡ଼ା ଜଳ ଭଣ୍ଡାର ଶତ ପ୍ରତିଶତ ପୂର୍ଣ୍ଣ ହୋଇ ରହିଛି। ତେଣୁ ଆଗକୁ ହେବାକୁ ଥିବା ବର୍ଷାରେ ବନ୍ୟା ସ୍ଥିତିକୁ ଏକ ପ୍ରକାର ନିୟନ୍ତ୍ରଣ କରିବା ପାଇଁ ଜଳ ଭଣ୍ଡାରରୁ ପାଣି ଛଡା ଯାଉଥିବା ଜଣାପଡିଛି।

youtube.com

ଭଞ୍ଜନଗର ଜଳଭଣ୍ଡାର ଜଳ ଧାରଣ କ୍ଷମତା ୯୬ ମିଟର ରହିଥିବା ବେଳେ ବର୍ତମାନ ୯୪.୬୫ ମିଟର ଜଳସ୍ତର ରହିଥିବା ରେର୍କଡ କରାଯାଇଥିବା ବେଳେ ସୋରଡା ଜଳ ଭଣ୍ଡାରରେ ୯୧. ୩୦ ମି. କ୍ଷମତା ରହିଥିବା ବେଳେ ତାହା ବୃଦ୍ଧି ଘଟି ୯୨.୩୧୦ ମିଟର ରହିଛି। ଡହ ଜଳ ଭଣ୍ଡାରରେ୧୧୮.୬୦ ମି. କ୍ଷମତା ରହିଥିବା ବେଳେ ୧୧୭.୯୦ ମି. ରହିଛି ଓ ବୁଗୁଡା ଅଞ୍ଚଳରେ ପ୍ରାୟ ବର୍ଷା ହୋଇନଥିବାରୁ ବାଘୁଆ ଜଳ ଭଣ୍ଡାରରେ ୧୧୩.୮୫ ମିଟର କ୍ଷମତା ରହିଥିବା ବେଳେ ୧୧୨ ମିଟର ଜଳସ୍ତର ରହିଥିବା ରେର୍କଡ କରାଯାଇଛି।

youtube.com

ଯଦି ବାତ୍ୟା ପରବର୍ତ୍ତି ସମୟରେ ପ୍ରବଳ ବର୍ଷା ହୁଏ ତେବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜଳ ଭଣ୍ଡାରର କ୍ଷମତାକୁ ଦୃଷ୍ଟିରେ ରଖି ଅତି ଜରୁରୀ ପଡିଲେ ଜଳ ଭଣ୍ଡାରରୁ ପାଣି ଛଡାଯିବ ବୋଲି ଜଳସଂପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର