ବ୍ରହ୍ମବରଦା: ବ୍ରାହ୍ମଣୀ ନଦୀବାଲିରେ ଚାଲିଛି ନଦୀବନ୍ଧ ପ୍ରଶସ୍ତୀକରଣ କାର୍ଯ୍ୟ। ଆଜି ଏ ସଂପର୍କରେ ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ଗ୍ରାମବାସୀ ଏହି ନିମ୍ନମାନର କାମକୁ ବନ୍ଦ କରିଛନ୍ତି। ରସୁଲପୁର ବ୍ଲକ ବ୍ରହ୍ମବରଦାଠାରୁ ରୁଦ୍ରପୁର ପର୍ଯ୍ୟନ୍ତ ଏହି ମରାମତି କାମ ଚାଲିଛି। ନଦୀ ବନ୍ଧରେ ମାଟି ପକାଇ ୪ ଇଞ୍ଚର ଡଷ୍ଟ ଓ ପାଣି ସିଞ୍ଚନ କରି ରୋଲିଂ କରିବା ପାଇଁ ଦାବି କରିବା ସହ ବାଲିରେ ମରାମତିକୁ ବନ୍ଦ ରଖିଛନ୍ତି। ଗ୍ରାମର ପରଭେଜ ଆଲାମ, ପିରାଜ ସେକ୍, ସେକ୍ ଇନତିୟାଜ, ସେକ୍ ଇବରାର, ସେକ୍ ତସିବ ଆଲାମ, ସେକ୍ ଇନାମୁଲ୍ଲା, ସନ୍ତୋଷ ଜେନା, ଶ୍ରୀଧର ଦାସ, କରୁଣାକର ସାହୁ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟ ବନ୍ଦ ରଖିଥିଲେ।
ଜାରକା ଜଳସେଚନ ବିଭାଗ ତଥା ବରୀ ଉପଖଣ୍ତ ଅଧୀନରେ ଥିବା ବ୍ରହ୍ମବରଦା ସେତୁଠାରୁ ରୁଦ୍ରପୁର ସେତୁ ପର୍ଯ୍ୟନ୍ତ ୭ କିଲୋମିଟର ବ୍ରାହ୍ମଣୀ ନଦୀବନ୍ଧ ରାସ୍ତାକୁ ସୁଦୃଢ଼ କରିବା ପାଇଁ ୨୦୨୧ ଫେବ୍ରୁଆରିରେ ନାବାର୍ଡ ସହାୟତାରେ ୫ କୋଟି ୪୮ଲକ୍ଷ ୬୮ହଜାର ଟଙ୍କା ବ୍ୟୟବରାଦ କରାଯାଇଥିଲା। ୧୮ମାସ ଅବଧି ମଧ୍ୟରେ କାର୍ଯ୍ୟ ଶେଷ କରିବାକୁ କୁହାଯାଇଥିଲା। ହେଲେ ୭ ମାସ ଅଧିକ ବିତି ଯାଇଥିଲେ ମଧ୍ୟ ଆଜିଯାଏ ନଦୀବନ୍ଧ ଅଧପନ୍ତରିଆ ହୋଇପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/26-2.jpg)