ହେଲିକପ୍ଟରରୁ ଓହ୍ଲାଇବା ସମୟରେ ଭାରସାମ୍ୟ ରକ୍ଷା କରି ନ ପାରି ତଳେ ପଡିଗଲେ ବିଜେପି ନେତା ଦାମୋଦର ରାଉତ! ଦେଖନ୍ତୁ ଭିଡ଼ିଓ

କଟକ : ହେଲିକପ୍ଟରରୁ ଓହ୍ଲାଇବା ବେଳେ ତଳେ ପଡିଗଲେ ବିଜେପି ନେତା ଦାମୋଦର ରାଉତ । ନିର୍ବାଚନ ସଭାରେ ଯୋଗ ଦେବାକୁ ଆସିଥିବା ବେଳେ ହେଲିକପ୍ଟରରୁ ଓହ୍ଲାଇବା ବେଳେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାହା ଲୋକଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, କଟକ ଜିଲ୍ଲାର ୪୨ ମୌଜାର ଦେଉଳି ପଡିଆରେ ବିଜେପିର ଏକ ନିର୍ବାଚନ ସଭାରେ ଯୋଗ ଦେବାକୁ ଆସିଥିଲେ ସଜ ସଜ ଦଳରେ ଯୋଗ ଦେଇଥିବା ଦାମୋଦର ରାଉତ । ରାଜ୍ୟ ରାଜନୀତିର କୁହାଳିଆ ତୁଣ୍ଡ ଭାବେ ପରିଚିତ ଦାମଙ୍କ ଭାଷଣ ଶୁଣିବା ପାଇଁ ମଧ୍ୟ ଦେଉଳି ପଡିଆରେ ବେଶ ଭିଡ ହୋଇଥିଲା । ପଡିଆରେ ହେଲିକପ୍ଟର ଓହ୍ଲାଇବା ସହ ତାଳିମାଡରେ କମ୍ପି ଉଠିଥିଲା ପୂରା ସଭାସ୍ଥଳ । ତେବେ ହେଲିକପ୍ଟରରୁ ଓହ୍ଲାଇବା ସମୟରେ ଭାରସାମ୍ୟ ରକ୍ଷା କରି ନ ପାରି ତଳେ ପଡି ଯାଇଥିଲେ ଦାମ ।

ଦାମ ତଳେ ପଡିବା କ୍ଷଣି ଘଟଣାସ୍ଥଳକୁ ସଙ୍ଗେ ସଙ୍ଗେ ବିଜେପି କର୍ମୀ ଓ ନେତା ଯାଇ ତାଙ୍କୁ ଉଠାଇଥିଲେ । ତଳୁ ଉଠିବା ପରେ ଦାମ ସଭାସ୍ଥଳକୁ ଯାଇ ବିଜେପି ପାଇଁ ପ୍ରଚାର କରିବା ସହ ନବୀନ ସରକାରଙ୍କୁ ଟାର୍ଗେଟ କରିବାକୁ ଭୁଲିନଥିଲେ ।

ସମ୍ବନ୍ଧିତ ଖବର