ଭୁବେନଶ୍ବର : ନିକଟରେ ବିଜେପିେର ଯୋଗଦେଇଥିବା ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଝିଅ ତଥା ବିଏମ୍ସିର ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ବିଜେଡି ଛାଡ଼ୁଛନ୍ତି ବୋଲି ଇସ୍ତଫା ପତ୍ରରେ ଲେଖିଛନ୍ତି। ସେ ଏହି ନିଷ୍ପତ୍ତି କୌଣସି ଚାପରେ ନୁହେଁ, ବରଂ ସଂପୂର୍ଣ୍ଣ ବ୍ୟକ୍ତିଗତ ବୋଲି କହିଛନ୍ତି।
ଦାମୋଦର ରାଉତ ଗୁରୁବାର ଦିଲ୍ଲୀରେ ବିଜେପିରେ ମିଶିବା ପରେ ତାଙ୍କ ପୁଅ ସମ୍ବିତ ରାଉତରାୟ ଓ ଝିଅ ପ୍ରୀତିନନ୍ଦା ବିଜେଡି ଛାଡ଼ିବେ ନା ରହିବେ ସେନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ହେଲେ ବାପା ବିଜେପିରେ ଯୋଗଦେବାର ୪୮ଘଣ୍ଟା ମଧ୍ୟରେ ପ୍ରୀତିନନ୍ଦା ବିଜେଡିରୁ ଇସ୍ତଫା ଦେଇଛନ୍ତି। ସମ୍ବିତ କିନ୍ତୁ ବିଜେଡି ଟିକେଟ୍ରେ ପାରାଦୀପ ବିଧାୟକ ପ୍ରାର୍ଥୀ ହେବାକୁ ଆଶା ରଖିଛନ୍ତି। ପ୍ରୀତିନନ୍ଦା ଖୁବ୍ ଶୀଘ୍ର ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଗଲାଣି।