କ୍ଷତ୍ରିୟକ୍ରାନ୍ତି ମୋର୍ଚ୍ଚା ସମାବେଶରେ ଦାମଙ୍କ ପ୍ରଶ୍ନ, ଜାଇକା ଟଙ୍କା ଖାଇଲା କିଏ?

କଟକ: କଟକରେ ଜାଇକା ପାଇଁ ମଞ୍ଜୁର ହୋଇଛି ୮ ହଜାର କୋଟି ଟଙ୍କା। ଖର୍ଚ୍ଚ ହେଲାଣି ୨ ହଜାର ୯୦୦ କୋଟି। କଟକର ରାସ୍ତା ଘାଟର ଅବସ୍ଥା କଣ? କିଏ ସେ ଟଙ୍କା ଖାଉଛି? ଏଠି ପୂର୍ବରୁ ଥିବା ଜଣେ ଆକାଉଣ୍ଟସ୍‌ ଅଫିସର ଜାଇକାରେ ଚାଲିଥିବା ବ୍ୟାପକ ଦୁର୍ନୀତି ସମ୍ପର୍କରେ କହିଥିଲେ। ବାରବାଟୀ-କଟକ ବିଧାୟକ ନିଜ ନିର୍ବାଚନ ମଣ୍ତଳୀକୁ କେମିତି ରଖିଛନ୍ତି, ସେକଥା ମୋ ଅପେକ୍ଷା ଆପଣମାନେ ବେଶୀ ଜାଣନ୍ତି ବୋଲି କହିଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦା‌ମୋଦର ରାଉତ। ବାରବାଟୀ-କଟକ ବିଧାୟକଙ୍କ ନାମ ନନେଇ ସେ କହିଥିଲେ ଯେ ଏଭଳି ସ୍ଥିତିରେ କାହାକୁ ଦୁର୍ନୀତିଗ୍ରସ୍ତ ଲୋକ ବୋଲି କହିବା ମୋର ଆବଶ୍ୟକତା ନାହିଁ। ନିଖିଳ ଓଡ଼ିଶା କ୍ଷତ୍ରିୟକ୍ରାନ୍ତି ମୋର୍ଚ୍ଚା ଆନୁକୂଲ୍ୟରେ କଳା ବିକାଶ କେନ୍ଦ୍ରଠାରେ ଅନୁଷ୍ଠିତ ଆଲୋଚନାଚକ୍ରରେ ଯୋଗ ଦେବା ଅବସରରେ ଡାକ୍ତର ରାଉତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବି ଟାର୍ଗେଟ କରି ଉଦ୍ୟାନ କୃଷି ବିଭାଗ ଦୁର୍ନୀତି ପ୍ରସ˚ଗ ଦୋହରାଇଥିଲେ।

କାର୍ଯ୍ୟକ୍ରମରେ ଡାକ୍ତର ରାଉତ କୁନ୍ଦୁଲି ଗଣଦୁଷ୍କର୍ମ ପ୍ରସ˚ଗ ଉଠାଇ ଦୁଇ ଜଣ ତାମିଲିଆନ୍‌ କନ୍‌ଷ୍ଟେବଳ ଆମର ଜଣେ କୁଆଁରି ଝିଅକୁ ଏଇଭଳି ଅବସ୍ଥା କରିଛନ୍ତି ବୋଲି ଆକ୍ଷେପ କରିଥିଲେ। ଖଣି ନିଲାମ କରି ଉଭୟ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ପଇସା ଖାଇବେ ବୋଲି ମଧ୍ୟ କହିଥିଲେ। ଓଡ଼ିଶା ସରକାର ଏବେ ସୁଦ୍ଧା ୭୩ ହଜାର ୬୬୬ କୋଟି ଟଙ୍କାର ଋଣ କରିଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ଋଣ ପରିମାଣ ୯୧ ହଜାର କୋଟି ପହଞ୍ଚିବ। ଏ ଋଣ ସୁଝିବ କିଏ, ଏସବୁ ଟଙ୍କା କେଉଁଠି ଖର୍ଚ୍ଚ ହେଉଛି ଏବ˚ କାହା ପାଇଁ ଋଣ କରାଯାଉଛି ବୋଲି ଦାମ ପ୍ରଶ୍ନ କରିଥିଲେ। ଚାଷୀଙ୍କ ନାମରେ ହଜାର ହଜାର କୋଟିର ଋଣ ଆସୁଛି। କିନ୍ତୁ ତାହା ଚାଷୀଙ୍କ ପାଖରେ ପହଞ୍ଚୁନି। ଚଳିତ ବର୍ଷ ଓଡ଼ିଶାରେ ୧୬ ହଜାର ହେକ୍ଟର ଜମି ଚାଷ ନହୋଇ ପଡ଼ିଆ ପଡ଼ିଛି। ୧୫ ଲକ୍ଷ ଆଦିବାସୀ ପରିବାରଙ୍କ ଘର ଢିଅ, ସମ୍ପତ୍ତି ନାହିଁ। ସେମାନେ କେଉଁଠି ଅଛନ୍ତି ତାର କିଛି ବି ହିସାବ ନାହିଁ। ଅନ୍ୟପଟେ ପ୍ରାଇମେରି ସ୍କୁଲରେ ସିଟି ପାସ୍‌ କରିଥିବା ଶିକ୍ଷକ ୧୪ ହଜାର ଟଙ୍କା ଦରମା ପାଉଥିବା ବେଳେ ସେଠି ଏମ୍‌ଏ ବିଇଡି ପାସ୍‌ କରିଥିବା ଶିକ୍ଷକ ୩ ହଜାର ଟଙ୍କା ଦରମା ପାଉଛି। ସେଥିପାଇଁ ପ୍ରାଇମେରି ସ୍କୁଲ୍‌ ଧ୍ବଂସ ହୋଇଯାଇଛି ବୋଲି ଦାମ ନିଜ ବକ୍ତବ୍ୟରେ କହିଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ତଥା କ˚ଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ, ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ଯୋଗ ଦେଇଥିଲେ। ନିଖିଳ ଓଡ଼ିଶା କ୍ଷତ୍ରିୟକ୍ରାନ୍ତି ମୋର୍ଚ୍ଚାର ଆବାହକ ବିଭୂ ପ୍ରସାଦ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଦସ୍ୟା କୁନି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର