ଖଣ୍ଡପଡ଼ା : ମରାମତି ହେଉନି ଜରାଜୀର୍ଣ୍ଣ ଶ୍ରେଣୀ ଗୃହ, ଶିକ୍ଷାଦାନରେ ସୃଷ୍ଟି ହେଉଛି ବ୍ୟାଘାତ

ଖଣ୍ଡପଡ଼ା : ଖଣ୍ଡପଡ଼ା ବ୍ଲକ୍ ରୟତି ଢୋଲମରା ପଞ୍ଚାୟତ ଅନ୍ତର୍ଗତ ବାଦଭୂଇଁ ପ୍ରାଥମିକ ବିଦ୍ୟାଳୟ‌ର ଗୋଟିଏ ଆଜବେଷ୍ଟସ୍ ନିର୍ମିତ ଶ୍ରେଣୀଗୃହ ଗତ ଫାଇଲିନ୍‌ ବାତ୍ୟାରେ ଭାଙ୍ଗିଯିବା ପରଠାରୁ ଆଜି ପର୍ଯ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ମରାମତି କରୁ ନ ଥିବାରୁ ବିଦ୍ୟାଳୟ ପରିସରରେ ଥିବା ଶ୍ରେଣୀଗୃହଟି ଅନାବନା ଘାସରେ ପରିପୂର୍ଣ୍ଣ ହେବା ସହ ସରୀସୃପଙ୍କ ଆଡ଼ାସ୍ଥଳ ପାଲଟିଛି। ଫଳରେ ଏଠାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ମଧ୍ୟରେ ୨ ଜଣ ଶିକ୍ଷକ ସାଙ୍ଗକୁ ୩୫ ଜଣ ପିଲାଙ୍କୁ ଶ୍ରେଣୀଗୃହ ଅଭାବରୁ ଏକା ସ‌ଙ୍ଗେ ପାଠ ପଢ଼ାଇବାକୁ ପଡ଼ୁଥିବାରୁ ଶିକ୍ଷାଦାନରେ ଅନେକ ବ୍ୟାଘାତ ସୃଷ୍ଟି ହେଉଛି। ଏ ନେଇ ସ୍ଥାନୀୟ ନେତାଙ୍କଠାରୁ ଆରମ୍ଭ କରି ଅଧିକାରୀମାନଙ୍କ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳୁ ନାହିଁ। ତେଣୁ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର