କଟକର ଡେପୁଟି ମେୟର ହେଲେ ଦମୟନ୍ତୀ ମାଝୀ

କଟକ: ଶେଷରେ ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । କଟକ ଡେପୁଟି ମେୟର ଦୌଡ଼ରେ ବାଜି ମାରିଛନ୍ତି ଦମୟନ୍ତୀ ମାଝୀ । ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବେ ବିଜେଡିରୁ ବିଜୟୀ ହୋଇଥିଲେ ଦମୟନ୍ତୀ। ଦମୟନ୍ତୀ ଟିକେଟ ପାଇ ୪୯ ନମ୍ବର ୱାର୍ଡର କର୍ପୋରେଟର ଭାବରେ ବିଜୟୀ ହୋଇଥିବା ବେଳେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅର୍ଥନୀତି ବିଭାଗର ପିଜି ଦ୍ୱିତୀୟ ବର୍ଷ ପାଠ ପଢୁଛନ୍ତି । ମୁଖ୍ୟମନ୍ତ୍ରୀ ଯଦି ତାଙ୍କୁ ଏହି ସୁଯୋଗ ଦିଅନ୍ତି, ତେବେ ସେ ତାହାକୁ ସୁଚାରୁରୂପେ ତୁଲାଇବେ ବୋଲି ଗତକାଲି କହିଥିଲେ ।

ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଛନ୍ତି ଦମୟନ୍ତୀ । ବର୍ତ୍ତମାନ ଦମୟନ୍ତୀ ହେଉଛନ୍ତି କଟକର ସର୍ଵକନିଷ୍ଠ କର୍ପୋରେଟର । ଅନ୍ୟପଟେ କଟକ ମହାନଗର ନିଗମ (ସିଏମ୍‌ସି)ର ପଞ୍ଚମ ମେୟର ଭାବେ ଶପଥ ଗ୍ରହଣ କରିଛନ୍ତି ସୁବାସ ସିଂହ। ଶପଥପାଠ କରାଇଛନ୍ତି ନଗର ଉନ୍ନୟନ୍ନ ବିଭାଗ ସଚିବ ସଂଗ୍ରାମଜିତ ନାୟକ। ତେବେ ଶପଥ ଗ୍ରହଣ ଉତ୍ସବରେ ଜିଲ୍ଲାପାଳ, ସିଏମ୍‌ସି କମିସନରଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର