ରାଜ୍ୟର ୧୩ ଜିଲ୍ଲାରେ ଆୟୁର୍ବେଦିକ‌ ମେଡିକାଲ ଅଧିକାରୀ (ଡିଏଏମ୍‌ଓ) ନିଯୁକ୍ତ

ଭୁବନେଶ୍ବର : ରାଜ୍ୟର ଖାଲି ପଡ଼ିଥିବା ଜିଲ୍ଲା ଆୟୁର୍ବେଦିକ‌ ମେଡିକାଲ ଅଧିକାରୀ ବା ଡିଏଏମ୍‌ଓ ପଦବି ପୂରଣ ପାଇଁ ଆଜି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମୁଦାୟ ୨୦ଟି ଡିଏମ୍‌ଓ ପଦବି ରହିଥିବା ବେଳେ ୧୧ଜଣଙ୍କ ନାଁ ପ୍ରକାଶ ପାଇଛି। ଏହାସହ ୩ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟ ଉପ-ସୁପରିନ୍‌ଟେଣ୍ଡେଣ୍ଟଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି।

ଯେଉଁ ୧୩ଟି ଡିଏଏମ୍‌ଓ ପଦ ପୂରଣ କରାଯାଇଛି ସେଗୁଡିକ ହେଲା-ଡା.ବିଜୟାନନ୍ଦ ଦାଶ ବାରିପଦା, ଡା.ଗୋପୀନାଥ ରଥ କଟକ, ଡା.ପ୍ରଫୁଲ୍ଲ କୁମାର ବାରିକ କନ୍ଧମାଳ, ଡା.ରାଧାରାଣୀ ମିଶ୍ର ସୁନ୍ଦରଗଡ଼, ଡା.ଏ.ବାଲକ୍ରିଷ୍ଣନ୍‌ ଦକ୍ଷିଣ ସର୍କଲ, ଡା.ଅମ୍ବୁଲ ସାହୁ ଉତ୍ତର ସର୍କଲ, ଡା.ରେଣୁପ୍ରଭା ମହାପାତ୍ର ପୂର୍ବାଞ୍ଚଳ ସର୍କଲ, ଡା.ନୀଳମାଧମ ବାଲି ରାୟଗଡ଼ା, ଡା.ତ୍ରିଲୋଚନ ଧଳ ବାଲେଶ୍ବର ସର୍କଲ।

ସେହିପରି ଡା.ବୀଣାପାଣି ମିଶ୍ରଙ୍କୁ ବରଗଡ଼ରସ୍ଥିତ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉପ-ସୁପରିନ‌୍‌ଟେଣ୍ଡେଣ୍ଟ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ ସେ ସମ୍ବଲପୁର ଡିଏଏମ୍‌ଓ(ଭାରପ୍ରାପ୍ତ) ଦାୟିତ୍ବରେ ରହିଥିଲେ। ଡା.ସ୍ବାଧୀନ କୁମାର ଶର୍ମାଙ୍କୁ ବଲାଙ୍ଗୀରସ୍ଥିତ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉପ-ସୁପରିନ୍‌ଟେଣ୍ଡେଣ୍ଟ, ଡା.ପ୍ରମୋଦ କୁମାର ଜାଲି ଗଞ୍ଜାମସ୍ଥିତ ସରକାରୀ ଆୟୁର୍ବେଦିକ ଚିକିତ୍ସାଳୟର ଉପ-ସୁପରିନଟେଣ୍ଡେଣ୍ଟ ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର