କଟକ : ପୂର୍ବତନ ମନ୍ତ୍ରୀ ଦାମୋଦର ରାଉତଙ୍କ ଏତଲା ରଦ୍ଦ ଆବେଦନର ହାଇକୋର୍ଟରେ ଶୁଣାଣି ଶେଷ ହୋଇଛି। ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି। ସରକାରଙ୍କ ପକ୍ଷରୁ ଏଜିଏ ଦିଲ୍ଲୀପ କୁମାର ମିଶ୍ର ମାମଲା ପରିଚାଳନା କରୁଥିଲେ।
ଜଗତସିଂହପୁର ଜିଲା କୁଜଙ୍ଗରେ ୨୦୧୦, ଅଗଷ୍ଟ ୧୮ରେ ଏକ ସଭାରେ ଡାକ୍ତର ରାଉତ ଜାତିଆଣ ଆକ୍ଷେପ କରି ମନ୍ତବ୍ୟ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ଏପରି ମନ୍ତ୍ରବ୍ୟକୁ ବିରୋଧ କରି ମନୋଜ ଭୋଇ ଓ ରବି ଦଳେଇ ଅଭିଯୋଗ କରିଥିଲେ। କୁଜଙ୍ଗ ଥାନାରେ ଶ୍ରୀ ରାଉତଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ ଆବେଦନକାରୀ ଏହି ମାମଲାରେ ନିମ୍ନ ଅଦାଲତରେ ହାଜର ହୋଇ ଜାମିନରେ ଆସିଥିଲେ। ତାଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲା ଓ ନିମ୍ନ ଅଦାଲତରେ ବିଚରାଧୀନ ଏ ସଂପର୍କିତ ମାମଲା ରଦ୍ଦ ପାଇଁ ଶ୍ରୀ ରାଉତ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/DAMA-Rout-875.jpg)