ସୁକିନ୍ଦା/ଦାନଗଦୀ: ଯାଜପୁରର ସୁକିନ୍ଦାରେ ଆୟୋଜିତ ବିଜେପି ମିଶ୍ରଣ ପର୍ବରେ ଯୋଗଦେଇ ବିଜେପି ବରିଷ୍ଠ ନେତା ଡା. ଦାମୋଦର ରାଉତ ଉଭୟ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ଓ ତାଙ୍କ ପୁଅ ତଥା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ଘଡ଼ାଇ ବାପ-ପୁଅ ଦିନେ, ମାସେ କି ବର୍ଷେ ନୁହେଁ; ଦୀର୍ଘ ୩୦ ବର୍ଷ ହେଲା ସୁକିନ୍ଦାକୁ ଲୁଟି ଚାଲିଛନ୍ତି । ଆଜିର ଏହି ମିଶ୍ରଣ ପର୍ବରେ ଦାନଗଦୀ ବ୍ଲକ ଉପାଧ୍ୟକ୍ଷ ସୁଧାଂଶୁ ଭଞ୍ଜଙ୍କ ନେତୃତ୍ୱରେ ୧୯ଟି ପଂଚାୟତର ଶହଶହ ବିଜେଡି କର୍ମୀ ଓ ସୁକିନ୍ଦା ବ୍ଲକର ୮ ପଞ୍ଚାୟତର ପ୍ରବୀଣ ତୋଗଡିଆଙ୍କ ହିନ୍ଦୁ ସୁରକ୍ଷା ସେନାର ଶତାଧିକ କର୍ମୀ ଆଜି ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତଙ୍କ ନେତୃତ୍ୱକୁ ସମର୍ଥନ ଜଣାଇ ବିଜେପିରେ ସାମିଲ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ, ରାଜ୍ୟ ବିଜେପି ପ୍ରବକ୍ତା ଲେଖାଶ୍ରୀ ସାମନ୍ତସିଂହାର, ଚଳଚିତ୍ର ଅଭିନେତା ଶ୍ରୀତମ ଦାସ, ଯାଜପୁର ଲୋକସଭା ପ୍ରାର୍ଥୀ ଅମୀୟ ମଲ୍ଲିକ ପ୍ରମୁଖ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ।
ଘଡ଼ାଇଙ୍କ ଗଡ଼ରେ ଦାମ
/sambad/media/post_attachments/wp-content/uploads/2019/04/damo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)