ଶେଷରେ ପଦ୍ମ ଧରିଲେ ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ

ବିଜେପି ଓ ଦାମଙ୍କ ଆଦର୍ଶ ସମାନ: ବିଜେଡି

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କୁ ଓଡ଼ିଶାରେ ଯଦି ସବୁଠାରୁ ଅଧିକ କଡ଼ା ଭାଷାରେ କିଏ ସମାେଲାଚନା କରିଛନ୍ତି, ସେ ହେଉଛନ୍ତି ଡାକ୍ତର ଦାେମାଦର ରାଉତ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନୀଚ୍ଚା କରି ଦେଖାଇବା ସହିତ ତାଙ୍କ ବିେରାଧରେ ଲଢିବା ପାଇଁ ବି ଆହ୍ବାନ ଦେଇଥିଲେ ଦାମ ବାବୁ। କେବଳ ସେତିକି ନୁେହଁ, ଦାମ ବାବୁଙ୍କ ‘ସ୍ବାମୀ ଛାଡି ଅଙ୍ଗନବାଡି…’ ମନ୍ତବ୍ୟକୁ ବଡ଼ ପ୍ରସଙ୍ଗ କରି ବିେଜପି ବି ତାଙ୍କୁ ହଲାପଟା କରିଥିଲା।

ଆଜି କିନ୍ତୁ ଚିତ୍ର ବଦଳିଯାଇଛି। ଯେଉଁମାନଙ୍କୁ ସମାେଲାଚନା କରି ରାଜ୍ୟ ରାଜନୀତିରେ ଦାମ ବାବୁ ଚର୍ଚ୍ଚିତ ରୋହେରା ପାଲଟିଥିଲେ, ଆଜି ନୂଆଦିଲ୍ଲୀରେ ସେହିମାନଙ୍କ ସହିତ ବସି ଗେରୁଆ ଦଳରେ ନିଜର ନୂଆ କ୍ୟାରିଅର ଆରମ୍ଭ କରିଛନ୍ତି। ଶେଷରେ ପଦ୍ମ ଧରିଛନ୍ତି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ। ଆଜି ସନ୍ଧ୍ୟାରେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ପ୍ରଭାରୀ ଅରୁଣ ସିଂହ ପ୍ରମୁଖଙ୍କ ଉପସ୍ଥିତିରେ େସ ବିେଜପିେର ବିଧିବଦ୍ଧ ଭାବେ େଯାଗ ଦେଇଥିବା ସଂପର୍କରେ େଘାଷଣା କରାଯାଇଛି।

ସୂଚନାଯୋଗ୍ୟ, ୬ମାସ ତଳେ ଦାମଙ୍କୁ ବିେଜଡି ବହିଷ୍କାର କରିଥିଲା। ବିେଜପିରେ େଯାଗଦାନ ପରେ ଦାମ ବାବୁଙ୍କ ସ୍ବର ଶତ ପ୍ରତିଶତ ବଦଳିଯାଇଛି। କହିଛନ୍ତି,“ଓଡ଼ିଶାର ସ୍ୱାର୍ଥ ଓ ମୋଦୀଙ୍କ ନେତୃତ୍ୱରେ ଆକର୍ଷିତ ହୋଇ ମୁଁ ବିଜେପିରେ ଯୋଗ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ନେତୃତ୍ୱରେ ଓଡ଼ିଶା ସଠିକ୍ ଦିଗରେ ଆଗେଇ ପାରିବ। ମୁଁ ଦଳରେ ଜଣେ କର୍ମୀ ଭାବେ ବିଜେପି ପାଇଁ ମନପ୍ରାଣ ଦେଇ କାର୍ଯ୍ୟ କରିବି।”

ସେ ଆହୁରି କହିଛନ୍ତି,“ଅନେକ ମାନସିକ ତର୍ଜମା ପରେ ମୁଁ ବିଜେପିରେ ଯୋଗଦେଇଛି। ୩୫ ବର୍ଷ ହେଲା ମୁଁ ବିଧାୟକ ଓ ମନ୍ତ୍ରୀ ଭାବେ କାର୍ଯ୍ୟ କରିଛି। ସରକାରଙ୍କ ବିଭିନ୍ନ ୨୦ଟି ବିଭାଗରେ ମନ୍ତ୍ରୀ ରହିଛି। ମୁଁ ବିଜୁ ବାବୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇଆସିଛି। ୨୦ ବର୍ଷ କାଳ ମୁଁ ବିଜୁ ବାବୁଙ୍କ ସହଯୋଗୀ ରହିଛି।” ଏଥିସହିତ ଦାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଠୋର ସମାେଲାଚନା କରିଥିଲେ। ତେବେ ଦାମ ବାବୁ ବିେଜପିରେ ଯୋଗଦେବା ପୂର୍ବରୁ େଯଉଁ ସର୍ତ କଥା ଉଠାଇଥିଲେ, ତାହା ପୂରଣ େହାଇଛି କି ନାହିଁ େସ େନଇ କିଛି କହିନାହାନ୍ତି। ହେଲେ ଦାମ ବାବୁଙ୍କ ଭଳି ଜଣେ ତୁଙ୍ଗ େନତା ନୂଆଦିଲ୍ଲୀ ଯାଇ ଦଳରେ େଯାଗଦାନ କରିଥିଲେ ହେଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ କିନ୍ତୁ େସ କାର୍ଯ୍ୟକ୍ରମରେ ଉପସ୍ଥିତ ନଥିଲେ।

ଏପଟେ କୌତୂହଳର କଥା ହେଲା, ଆଜି ସକାେଳ ନବୀନ ନିବାସରେ ଦାମ ବାବୁଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ େଦଖିବାକୁ ମିଳିଥିଲା। ପାରାଦୀପ ଆସନରୁ ଲଢିବା ପାଇଁ ସେ ଆଗ୍ରହୀ ଅଛନ୍ତି ବୋଲି କହିଥିଲେ। ଏଥିପାଇଁ ସେ ସୁପ୍ରିମୋଙ୍କୁ ଭେଟିବାକୁ ଆସିଛନ୍ତି ବୋଲି ବି ଗଣମାଧ୍ୟମକୁ ସୂଚନା େଦଇଥିଲେ। ସମ୍ବିତ ଏକଥା ବି ସ୍ପଷ୍ଟ କରିଥିଲେ େଯ ତାଙ୍କ ବାପାଙ୍କୁ ବୁଝାଇବା ତାଙ୍କର ଦାୟିତ୍ୱ ନୁହେଁ । ତେବେ ଦାମଙ୍କ ବିେଜପି େଯାଗଦାନ ପରେ ତାଙ୍କ ପୁଅ ତଥା ବିଜେଡି େନତା ଶ୍ରୀ ରାଉତରାୟ ଓ ଝିଅ ତଥା ପୂର୍ବତନ କର୍ପୋରେଟର ପ୍ରୀତିନନ୍ଦା ନିର୍ଦିଷ୍ଟ କି ଆଭିମୁଖ୍ୟ ଗ୍ରହଣ କରିବେ, ବିେଜପିକୁ ଡେଇଁବେ କି ନିଜର ପୂର୍ବଦଳରେ କାର୍ଯ୍ୟ କରିବେ ତାହା ଉପରେ ରାଜନୈତିକ ମହଲର ନଜର ରହିଛି।

ଦାମ ବାବୁ ଆଜି ନୂଆଦିଲ୍ଲୀରେ ଗଣମାଧ୍ୟମକୁ କହିଛନ୍ତି, ନବୀନ ପଟ୍ଟନାୟକଙ୍କ ପ୍ରକୃତି ବିଜୁ ବାବୁଙ୍କର ଠିକ୍‌ ବିପରୀତ। ସେ ଓଡ଼ିଶା ଲୋକଙ୍କୁ ଭଲ ପାଆନ୍ତି ନାହିଁ। ଓଡ଼ିଆ କୁହନ୍ତି ନାହିଁ। ଦୁର୍ନୀତିଗ୍ରସ୍ତଙ୍କୁ ସୁରକ୍ଷା ଦିଅନ୍ତି। ଚାରା ଦୁର୍ନୀତି ନେଇ ନବୀନଙ୍କ ପାଖରେ ଅଭିଯୋଗ କରିଥିଲି। ସେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ମୋତେ କାଢ଼ି ଦେଲେ। ଗଲା ଛଅ ସାତ ମାସ ହେଲାଣି ମୁଁ ସାରା ରାଜ୍ୟରେ ବୁଲି ଲୋକଙ୍କୁ ନବୀନଙ୍କ କଳା ଶାସନ ବିଷୟରେ ଅବଗତ କରାଉଛି। ଅନ୍ୟପକ୍ଷରେ େକନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦାମ ବାବୁଙ୍କୁ ଦଳକୁ ସ୍ବାଗତ କରାଯାଇଥିବା କହିଥିଲେ।

ଉଲ୍ଲେଖଯୋଗ୍ୟ, ଡାକ୍ତର ରାଉତ ଆଜି ଅପରାହ୍ନରେ ବିଜେପି େନତା କନକ ବର୍ଧନ ସିଂହଦେଓଙ୍କ ସହିତ ନୂଆଦିଲ୍ଲୀ ଯାଇଥିଲେ। ଆମ ନୂଆଦିଲ୍ଲୀ ପ୍ରତିନିଧି ଜଣାଇଛନ୍ତି ଯେ ବିଜେପିରେ ଯୋଗଦାନ ପରେ ଦାମ ରାଉତ ଅନ୍ୟ ନେତାମାନଙ୍କ ସହିତ ବିଜେପି ସଭାପତି ଅମିତ ଶାହଙ୍କ ସରକାରୀ ବାସଭବନକୁ ଯାଇ ତାଙ୍କୁ ଭେଟିଥିଲେ। ଶାହ ତାଙ୍କୁ ସେଠାରେ ସ୍ବାଗତ କରିଥିଲେ।

ବିଜେପି ଓ ଦାମଙ୍କ ଆଦର୍ଶ ସମାନ: ବିଜେଡି

ଭୁବନେଶ୍ବର : ଦାମୋଦର ରାଉତଙ୍କ ବିଜେପିରେ ଯୋଗଦାନ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି ବୋଲି ବିଜୁ ଜନତା ଦଳ କହିଛି। ଦଳର ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଦାମୋଦର ରାଉତଙ୍କୁ ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଥିଲା। ଦିନେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଓ ଜାତିଆଣ ମନ୍ତବ୍ୟ ପାଇଁ ଦାମ ବାବୁଙ୍କୁ ମନ୍ତ୍ରୀ ପଦରୁ ବହିଷ୍କାର କରିବା ଦାବିରେ ବିକ୍ଷୋଭ କରିବା ସହ ବିଜେପି ଦଳ ଦାମବାବୁଙ୍କ କୁଶପୁତ୍ତଳିକା ଦାହ କରୁଥିଲା। ଏବେ ଶ୍ରୀରାଉତଙ୍କୁ ଦଳରେ ସାମିଲ କରି ବିଜେପି ଓ ଦାମ ବାବୁଙ୍କ ଭିତରେ କିଛି ବି ପାର୍ଥକ୍ୟ ନଥିବା ପ୍ରମାଣିତ ହୋଇଛି। ଉଭୟଙ୍କର କିଛି ବି ଆଦର୍ଶ ନାହିଁ ବୋଲି ବିଜେଡି କହିଛି।

ସମ୍ବନ୍ଧିତ ଖବର