ସରକାରୀ ଡାଏରିରେ ରହିଗଲା ଦାମଙ୍କ ନାମ

ଭୁବନେଶ୍ୱର : ଦାମୋଦର ରାଉତ ଆଉ ମନ୍ତ୍ରୀ ନାହାନ୍ତି। ଗତ ୨୨ ତାରିଖରୁ ସେ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି। କିନ୍ତୁ ୨୦୧୮ ମସିହାର ସରକାରୀ ଡାଏରିରେ ମନ୍ତ୍ରିମଣ୍ଡଳ ତାଲିକାରେ ଦାମଙ୍କ ନାମ ରହିଯାଇଛି। ଏବେ ଉପଲବ୍ଧ ହେଉଥିବା ଏହି ଡାଏରିରେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ ଦାମୋଦର ରାଉତଙ୍କ ନାମ ଉଲ୍ଲେଖ ଅଛି।

ଯଦିଓ ସରକାରୀ ଡାଏରି ୨୦୧୮ ମସିହାର, କିନ୍ତୁ ଏହା ବହୁ ଆଗରୁ ଛପାଯାଇଥାଏ। ତେଣୁ ଛପା ହେଲା ସମୟରେ ଯେଉଁମାନେ ମନ୍ତ୍ରିମଣ୍ଡଳରେ ଥା’ନ୍ତି, ସେମାନଙ୍କ ନାମ, ଠିକଣା ଓ ଫୋନ୍‌ ନମ୍ବର ରହିଥାଏ। ସେଥି ପାଇଁ ଶ୍ରୀ ରାଉତଙ୍କ ନାମ ଏଥିରେ ରହିଯାଇଛି। ସେ ମନ୍ତ୍ରିମଣ୍ଡଳରୁ ବରଖାସ୍ତ ହେଲା ପରେ ସରକାରୀ ଡାଏରି ବଜାରକୁ ଆସିଥିଲେ ବି ତାଙ୍କ ନାମ କାଟିବାକୁ ଆଉ ବାଟ ନ ଥିଲା। ତେଣୁ ଏହି ଡାଏରିକୁ ପାଖରେ ରଖିଥିବା ଲୋକମାନେ କୃଷି ମନ୍ତ୍ରୀ ଭାବେ ଶ୍ରୀ ରାଉତଙ୍କ ନାମ ହିଁ ଦେଖିବାକୁ ପାଇବେ।

ସମ୍ବନ୍ଧିତ ଖବର