ବିଧାନସଭାରେ ଦାମଙ୍କ ସିଟ୍‌ ବଦଳିଲା

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲା ପରେ ବିଧାନସଭାରେ ବିଧାୟକ ଦାମୋଦର ରାଉତଙ୍କ ସିଟ୍‌ ବଦଳି ଯାଇଛି। ମନ୍ତ୍ରୀ ପଦରେ ଥିଲା ବେଳେ ସେ ବି ବ୍ଲକ୍‌ରେ ମୁଖ୍ୟମନ୍ତ୍ରୀଙ୍କ ପାଖ ସିଟ୍‌ରେ ବସୁଥିଲେ। ତେବେ ଗତ ବର୍ଷ ତାଙ୍କ ମନ୍ତ୍ରୀ ପଦ ଗଲା ପରେ ଡି ବ୍ଲକ୍‌ରେ ସିଟ୍‌ ମିଳିଲା। ଏବେ ବିଜେଡିରୁ ବହିଷ୍କାର ହେଲା ପରେ ଏଫ୍‌ ବ୍ଲକ୍‌ରେ ୧୦ ନମ୍ବର ସିଟ୍‌ ମିଳିଛି। ଆଜି ନୂଆ ସିଟ୍‌ ନେଇ ବାଚସ୍ପତି ପ୍ରଦୀପ ଅମାତ ଗୃହରେ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର