ନବୀନ ସରକାରଙ୍କୁ କଡା ସମାଲୋଚନା କଲେ ଦାମୋଦର ରାଉତ : କହିଲେ ହିଂଜିଳିରୁ ହାରିଯିବା ଭୟରେ ନବୀନ ଆସୁଛନ୍ତି ବିଜେପୁର!

ବରଗଡ଼ : ବିଜେପୁରରେ ବିଜେପି କରିଛି ବିଜୟ ସଂକଳ୍ପ ସମାବେଶ । ଲାଉମୁଣ୍ଡାଠାରେ ଆୟୋଜିତ ସଭାରେ ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ସହ ନୂଆ କରି ଦଳରେ ସାମିଲ ହୋଇଥିବା ବରିଷ୍ଠ ନେତା ଦାମୋଦର ରାଉତ ସାମିଲ ହୋଇଥିଲେ । ଉଦବୋଧନ ଦେଇ ଦାମବାବୁ ନବୀନ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି । ରାଜ୍ୟରେ ମହିଳା ଅସୁରକ୍ଷିତ ଥିବା ବେଳେ ବିକାଶ ବାଟବଣା ହୋଇଛି ବୋଲି ସେ କହିଛନ୍ତି ।

ବିଜେପୁର ଏବେ ଅନବାଦୀଜମି ଏବଂ ଯିଏ ଚାହିଁଲେ ସେ ଏଠି ନିର୍ବାଚନ ଲଢିବେ ବୋଲି କହିଛନ୍ତି ଦାମ । ଏହି କାର୍ଯ୍ୟକ୍ରମରେ ଅଭିନେତ୍ରୀ ତଥା ବିଜେପି ନେତ୍ରୀ ଅନୁ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ । ବିଜେପୁର ବିଧାନସଭା ଆସନରୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିର୍ବାଚନ ଲଢିବା ନେଇ ଘୋଷଣା କରିବା ପରେ ଏହି ଆସନ ପୁଣି ଥରେ ଫୋକସକୁ ଚାଲି ଆସିଛି ।

ସମ୍ବନ୍ଧିତ ଖବର