ପୁଅ ଆସିବା ପୂର୍ବରୁ ଏକୁଟିଆ ପ୍ରାର୍ଥୀପତ୍ର ଦାଖଲ କରି ଫେରିଗଲେ ଦାମବାବୁ

ଭୁବନେଶ୍ୱର: କୌଣସି ସମର୍ଥକ ଓ ଦଳୀୟ କର୍ମୀ ନ ଆଣି ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେପି ପ୍ରାର୍ଥୀ ଡାକ୍ତର ଦାମୋଦର ରାଉତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଜଣେ ଓକିଲ ଓ ଗୋଟିଏ ଗାଡ଼ିରେ ଯେତିକି ଲୋକ ଧରିବେ ସେତିକି ଲୋକ ନେଇ ଦାମବାବୁ ସଅଲ ଉପଜିଲ୍ଲାପାଳ ମହେନ୍ଦ୍ର ପ୍ରତାପ ମହାନ୍ତିଙ୍କ କାର୍ଯ୍ୟାଳୟକୁ ଆସିଥିଲେ।

ତାଙ୍କ ପୁଅ ସମର୍ଥକ ଓ ଦଳୀୟ କର୍ମୀଙ୍କ ଗହଣରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଆସୁଥିବାରୁ ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ଦାମବାବୁ ଆଗୁଆ ଆସି ପ୍ରାର୍ଥୀପତ୍ର ଦାଖଲ କରି ଫେରି ଯାଇଛନ୍ତି ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର