ଡ୍ୟାନ୍ସ ଦିୱାନେ ଜୁନିୟରରେ ସମ୍ବଲପୁର ବାଳକ ପ୍ରତୀକଙ୍କ କମାଲ

ସମ୍ବଲପୁର: ସମ୍ବଲପୁରର ପ୍ରତୀକ କୁମାର ନାୟକଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । କଲର୍ସ ଟିଭିର ‘ଡ୍ୟାନ୍ସ ଦିୱାନେ ଜୁନିୟର’ରେ ଭାଗନେଇ କମାଲ କରୁଛନ୍ତି ପ୍ରତୀକ। ନବମ ଶ୍ରେଣୀର ଛାତ୍ର ପ୍ରତୀକ ଏହି ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇ ଶ୍ରେଷ୍ଠ ୬ ସ୍ଥାନ ଅଧିକାର କରି ସମ୍ବଲପୁର ପାଇଁ ଗୌରବ ଆଣିଛନ୍ତି। ସମ୍ବଲପୁର କମିସନର କଲୋନିର ବିଜୟ ନାୟକ ଓ ସସ୍ମିତା ନାୟକଙ୍କ ପୁଅ ପ୍ରତୀକ ନୃତ୍ୟଗୁରୁ ସୋନେଶ ଶର୍ମାଙ୍କଠାରୁ ନୃତ୍ୟ ଶିକ୍ଷା ନେଉଛନ୍ତି। କଲର୍ସ ଟିଭିରେ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ପ୍ରଦର୍ଶିତ ହେଉଛି ଏହି ସୋ’ । ଏଥି ନିମନ୍ତେ ୨୬ ତାରିଖ ରାତି ୧୦ଟାରୁ ୨୭ ତାରିଖ ସକାଳ ୧୦ଟା ପର୍ଯ୍ୟନ୍ତ ଭୋଟିଂ ଲାଇନ୍ ଖୋଲା ରହିବ। ଓଡ଼ିଆ ପୁଅ ପ୍ରତୀକଙ୍କୁ ବହୁସଂଖ୍ୟାରେ ଭୋଟ ଦେଇ ତାଙ୍କୁ ବିଜୟୀ କରାଇବାକୁ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର