ନାବାଳିକାଙ୍କୁ ନୃତ୍ୟ ଶିକ୍ଷକଙ୍କ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତ ଅଟକ, ପଚରାଉଚରା ଜାରି

ରାଉରକେଲା: ଜଣେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୁକ୍ତ ହେଉଛି ନୟାଡେରା ଅଞ୍ଚଳର ଜଣେ ନୃତ୍ୟ ଶିକ୍ଷକ(୨୬)। ଜଲଦା ଫାଣ୍ଡି ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ସ୍ଥାନୀୟ ଅଞ୍ଚଳର ନାବାଳିକା(୧୩) ଅଭିଯୁକ୍ତ ନୃତ୍ୟ ଶିକ୍ଷକ ପାଖରେ ନୃତ୍ୟ ଶିଖୁଛନ୍ତି। ଦୁଇ ଦିନ ପୂର୍ବେ ଅଭିଯୁକ୍ତ ଶିକ୍ଷକଙ୍କୁ ସ୍ବତନ୍ତ୍ର ଡ୍ୟାନ୍ସ ଶିଖାଇବାକୁ କହି ନାବାଳିକାଙ୍କୁ ଡାକିଥିଲା।

ନାବାଳିକା ସେଠାରେ ପହଞ୍ଚିବାପରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ତେବେ କଷ୍ଟେମଷ୍ଟେ ନାବାଳିକା ଘଟଣାସ୍ଥଳରୁ ପଲେଇ ଆସିଥିଲେ। ପରେ ଘଟଣା ବିଷୟରେ ପରିବାରବର୍ଗଙ୍କୁ କହିଥିଲେ। ଆଜି ସକାଳେ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଅପରପକ୍ଷରେ ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଅଭିଯୁକ୍ତ କୁଆଡ଼େ ପୂର୍ବରୁ ମଧ୍ୟ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେତେବେଳେ ଘଟଣା ପ୍ରଘଟ ନ କରିବାକୁ ଯାବତୀୟ ଧମକଚମକ ଦେବାରୁ ଭୟଭୀତ ନାବାଳିକା ଘଟଣା ବିଷୟରେ କାହାକୁ କିଛି କହିନଥିଲେ।

ସମ୍ବନ୍ଧିତ ଖବର