ନୃତ୍ୟଶିଳ୍ପୀ ଅର୍ପିତା ପାଇଲେ ରାଷ୍ଟ୍ରୀୟ ନୀଳାଚଳ ସମ୍ମାନ

ସିଙ୍ଗଡ଼ା: କରଞ୍ଜିଆର ଉଦୀୟମାନ ନୃତ୍ୟଶିଳ୍ପୀ ଅର୍ପିତା ମାନ୍ନାଙ୍କୁ ତ୍ରିବେଣୀ କଳାକେନ୍ଦ୍ର, କଟକ ପକ୍ଷରୁ ପୁରୀ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚରେ ରାଷ୍ଟ୍ରୀୟ ନୀଳାଚଳ ସମ୍ମାନ ମିଳିଛି। ପଶ୍ଚିମବଙ୍ଗର ବିଶିଷ୍ଟ କଳାକାର ବିଧାନ ଚନ୍ଦ୍ର ଦାସ ତାଙ୍କୁ ସମ୍ମାନିତ କରିଛନ୍ତି। ଅର୍ପିତା ପୂର୍ବରୁ ମଧ୍ୟ ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଛନ୍ତି।

ସେ ରାଜ୍ୟପାଳ ଟ୍ରଫି, ମୁଁ ହିରୋ ମୁଁ ଓଡ଼ିଶା ସମ୍ମାନ, ସେବକ ଶ୍ରୀ ସମ୍ମାନ, ଝାଡ଼ଖଣ୍ଡ ଥିଏଟର ଆୱାର୍ଡ, ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟ ପକ୍ଷରୁ ମୟୂରୀ ସମ୍ମାନ ପାଇଛନ୍ତି। ଏହାଛଡ଼ା ବହୁ ଆଞ୍ଚଳିକ କଳା ଓ ସଂସ୍କୃତିକ ଉତ୍ସବରେ ତାଙ୍କୁ ସମ୍ମାନିତ କରାଯାଇଛି। ଅର୍ପିତା ଭବିଷ୍ୟତରେ ଜଣେ ସଫଳ ଓଡ଼ିଶୀ ନୃତ୍ୟାଶିଳ୍ପୀ ହେବାକୁ ଇଚ୍ଛା ରଖିଥିବା କହିଛନ୍ତି। ଅର୍ପିତା ହେଉଛନ୍ତି କରଞ୍ଜିଆ ରଜାବନ୍ଧ ସାହି ୱାର୍ଡ ନମ୍ବର ୩ର ବାସିନ୍ଦା ଅଜିତ କୁମାର ମାନ୍ନା ଓ ଗୌରୀ ମାନ୍ନାଙ୍କ ଏକମାତ୍ର ଝିଅ।

ସମ୍ବନ୍ଧିତ ଖବର