ଭବାନୀପାଟଣାରେ କାମନାଦଣ୍ଡ ପାଇଁ ଭକ୍ତଙ୍କ ଭିଡ଼

ଭବାନୀପାଟଣା: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୁଣାପଡ଼ା ସ୍କୁଲଛକ ଠାରେ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅନ୍ତର୍ଗତ ତଳସାଗର ପଡ଼ା ଭୋକ୍ତାମାନଙ୍କ ଦ୍ୱାରା ୧୩ ଦିନ ଧରି ଚାଲିଥିବା ମା’ କାଳୀଙ୍କ କାମନାଦଣ୍ଡ ଆଜି ଦେଖିବାକୁ ମିଳିଛି। କୋଭିଡ କଟକଣା ଯୋଗୁଁ ଗତ ଦୁଇବର୍ଷ ଏହି କାମନାଦଣ୍ଡ ଯାତ୍ରା ଭବାନୀପାଟଣା ସହରରେ ଦେଖିବାକୁ ମିଳି ନଥିଲା।

ଏହି ବର୍ଷ କୋଭିଡ କଟକଣା ନଥିବାରୁ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଭକ୍ତଙ୍କ ମନୋକାମନା ପୂରଣ ଉଦ୍ଦେଶ୍ୟରେ ମଦନପୁର ରାମପୁରରୁ କାମନାଦଣ୍ଡ ଦଳ ଚାଲି ଚାଲି ଭବାନୀପାଟଣାରେ ପହଞ୍ଚିଛନ୍ତି। ପୁରୁଣାପଡାରେ ଏକ ସମୂହ ପୂଜାର୍ଚ୍ଚନା କରାଯିବା ସହ ଦଣ୍ଡନୃତ୍ୟ ପରିବେଷଣ କରାଯାଇଥିଲା। ବୟୋଜ୍ୟେଷ୍ଠ ଶ୍ରଦ୍ଧାଳୁ ଅଶ୍ବିନୀ ପ୍ରଧାନ କର୍ତ୍ତା ଥିଲେ। କାର୍ଯ୍ୟକ୍ରମ ପରିଚାଳନା ପାଇଁ ଭଗବାନ ବିଶୋଈ, କମ୍ବୁପାଣି ପରିଛା, ତ୍ରିଲୋଚନ ପ୍ରଧାନ, ଇନ୍ଦ୍ରମଣି ଡାକୁଆ, ପୁରୁଷୋତ୍ତମ ପ୍ରଧାନ, ଚନ୍ଦ୍ରଶେଖର ପାତ୍ର, ଗଜିନ୍ଦ୍ର ଡାକୁଆ, ଦିଲ୍ଲୀପ ଡାକୁଆ, ନଗେନ ମହାରଣା, ହରି ମହାରଣା, ରାଜେନ୍ଦ୍ର ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ। ଦିନବେଳେ ଧୂଳିଦଣ୍ଡ ଓ ପାଣିଦଣ୍ଡ ଦେଖିବା ପାଇଁ ଦର୍ଶକଙ୍କ ଭିଡ଼ ବଢ଼ିଥିଲା। ସନ୍ଧ୍ୟାରେ କାମନାଦଣ୍ଡ ଅନୁଷ୍ଠିତ ହୋଇଥିଲା।

ସମ୍ବନ୍ଧିତ ଖବର