ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ ପାଇଁ ଯାଉଥିବା ଭକ୍ତଙ୍କ ପ୍ରତି ସାଂଘାତିକ ବିପଦ। ଯେକୌଣସି ମୁହୂର୍ତରେ ଭୁଶୁଡି ଯାଇପାରେ ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ଥିବା ଦଦରା କାଠ ପୋଲ।
ଏମିତି ଆଶଙ୍କା ଏବେ ପୁରୀ ଯାଉଥିବା ସବୁ ଭକ୍ତ, ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଘାରିଛି। ଏଭଳି ଆଶଙ୍କା ସୃଷ୍ଟି େହବାର କାରଣ ହେଉଛି, ଖୋଦ୍ ଜାତୀୟ ରାଜପଥ କର୍ତୃପକ୍ଷ ଏହାକୁ ବିପଦସଙ୍କୁଳ ବୋଲି ଘୋଷଣା କରିଛନ୍ତି। ଅଥଚ ସାଇନ୍ ବୋର୍ଡଟିଏ ମାରିେଦଇ କର୍ତୃପକ୍ଷ ଚୁପ୍, ରାଜ୍ୟ ସରକାର ବି। ଜିଲ୍ଲା ପ୍ରଶାସନର ନିଦ ଭାଙ୍ଗୁନି, ଏଣେ ରାଜ୍ୟପାଳଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଭିଭିଆଇପିଙ୍କୁ ଏହି ବିପଦସଙ୍କୁଳ ପୋଲ ଉପରେ ନିଆଯାଉଛି। ବସ, ଟ୍ରକ୍, ଭାରୀଯାନ ମଧ୍ୟ ଛଡାଯାଉଛି। ତଥାପି ରାଜ୍ୟ ସରକାରଙ୍କ ପୂର୍ତ ବିଭାଗ ବା ଛାମୁଆ ଅଧିକାରୀମାେନ ଏହା ଉପରେ ଦୃଷ୍ଟି ଦେଉନାହାନ୍ତି।
ଯଦି ଏହି ପୋଲ ବିପଦମୁକ୍ତ ଅଛି, ତେବେ ଜାତୀୟ ରାଜପଥ କର୍ତୃପକ୍ଷ ଏହାକୁ ଦୁର୍ବଳ ବୋଲି କାହିଁକି ଘୋଷଣା କରିଛନ୍ତି? ଯାନବାହାନ ଗଲା ବେେଳ ବ୍ରିଜ୍ରେ ବଡ଼ ଜୋରରେ କମ୍ପନ ସୃଷ୍ଟି ହେଉଥିବା ବେଳେ ଏକଥା ଅଧିକାରୀମାନେ ଜାଣିପାରିନାହାନ୍ତି ନା ବିପଦକୁ ଆମନ୍ତ୍ରଣ କରୁଛନ୍ତି। ସାଧାରଣ ଲୋକଙ୍କ ଜୀବନକୁ ବିପଦରେ ଠେଲି ଦେବା ପାଇଁ ବାବୁମାନଙ୍କୁ କିଏ ଅଧିକାର ଦେଲା? ଯଦି ଦୁର୍ବଳ ଓ ବିପଦସଙ୍କୁଳ, ତେବେ ଏହି ପୋଲ ଉପରେ ଯାନବାହନ ଚଳାଚଳ ନିଷେଧ କରାଯାଉନାହିଁ କାହିଁକି? ପୋଲକୁ ଭାଙ୍ଗି ସାନି ନିର୍ମାଣ କରିବା ଲାଗି ରାଜ୍ୟ ସରକାର କାହିଁକି ପ୍ରସ୍ତାବ ଦେଉନାହାନ୍ତି? ଏଭଳି ଅନେକ ପ୍ରଶ୍ନ ଏବେ ସ୍ଥାନୀୟ ବାସିନ୍ଦା ଓ ଯାତ୍ରୀମାନଙ୍କୁ ଘାରୁଛି।
ଉଲ୍ଲେଖଯୋଗ୍ୟ, ବିଶ୍ବ ପର୍ଯ୍ୟଟନ ମାନଚିତ୍ରରେ ଶ୍ରୀକ୍ଷେତ୍ର ପୁରୀର ସ୍ବତନ୍ତ୍ର ସ୍ଥାନ ରହିଛି। ବିଶ୍ବପ୍ରସିଦ୍ଧ ଶ୍ରୀମନ୍ଦିର ସାଙ୍ଗକୁ ସ୍ବର୍ଣ୍ଣିମ ବେଳାଭୂମିକୁ ଦୈନିକ ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟନପ୍ରେମୀଙ୍କୁ ଏଠାକୁ ଟାଣି ଆଣୁଛି। ପ୍ରତି ଶନିବାର ଓ ରବିବାର ଛୁଟି କାଟିବା ପାଇଁ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥାନ ଭାବେ ବି ଏହା ବିବେଚିତ ହେଉଛି। ଏଭଳି ଅନେକ ଦୃଷ୍ଟିକୋଣରୁ ଗୁରୁତ୍ବ ବହନ କରୁଥିବା ଶ୍ରୀକ୍ଷେତ୍ର ପୁରୀ ପାଇଁ ସରକାର ପ୍ରତି ବର୍ଷ କୋଟି କୋଟି ଟଙ୍କା ବିକାଶ ନାଁରେ ଖର୍ଚ୍ଚ କରୁଛନ୍ତି। ପୁରୀ ପାଇଁ ସ୍ବତନ୍ତ୍ର ଅନୁଦାନ ବି ଯୋଗାଇ ଦିଆଯାଉଛି।
ହେଲେ ପୁରୀ-ଭୁବନେଶ୍ବର ୩୧୬ ନଂ ଜାତୀୟ ରାଜପଥ ବୟାନ କରୁଛି ରାଜ୍ୟ ଓ େକନ୍ଦ୍ର ସରକାରଙ୍କର କଥା ଓ କାମ ଭିତରେ କେତେ ତଫାତ ରହିଛି। ପୁରୀଠାରୁ ମାତ୍ର ୫ କିଲୋମିଟର ଦୂରରେ ୩୧୬ ନଂ ଜାତୀୟ ରାଜପଥ ଉପରେ ଦୁର୍ବଳ ବୋଲି ଘୋଷଣା ହୋଇ ସାରିଥିବା କାଠପୋଲ ଦେଖିଲେ ଏହା ଜଳଜଳ ଜଣାପଡୁଛି। ସରଜମିନ ଅନୁଧ୍ୟାନ କରିବା େବଳେ ଏହି ବିପଦସଙ୍କୁୁଳ ବ୍ରିଜକୁ ହାତ ମାରିଲେ କୋଲା କୋଲା ହୋଇ ସିମେଣ୍ଟ ଖଣ୍ଡ ଖସୁଛି। ରିଟେନିଂ ୱାଲ ସବୁ ଫାଟି ଆଁ କଲାଣି। ଲୁହା ରଡ୍ ବି ଦିଶୁଛି। ବ୍ରିଜ ମଝିରେ ୧୦ ଇଞ୍ଚ ଲେଖାଁଏ ଫାଙ୍କ ସୃଷ୍ଟି ହୋଇଛି। ଯେଉଁଠି ବ୍ରିଜ୍ ଉପର ଅବସ୍ଥା ଏମିତି ସେଠି ବ୍ରିଜ ତଳ ଅବସ୍ଥା କଣ ହୋଇଥିବ ତାହା ସହଜେ ଅନୁମେୟ।
ପୁରୀ-ଭୁବନେଶ୍ବରକୁ ଯାଆସ ପାଇଁ ଏହା ଏକମାତ୍ର ଓ ପ୍ରମୁଖ ରାସ୍ତା ହୋଇଥିବାବେଳେ ଏହି ରାସ୍ତାରେ ବ୍ରିଜର ଏପରି ଅବସ୍ଥା ଭକ୍ତ ଓ ପର୍ଯ୍ୟଟନପ୍ରେମୀଙ୍କୁ ଶଙ୍କାରେ ପକାଇଛି। ସେପଟେ ଏହି ବ୍ରିଜ ତଳେ ଭାର୍ଗବୀ ନଦୀର ଅଗଭୀର ଜଳରାଶି ବହିଯାଉଛି। ଯଦି ବ୍ରିଜ ଯୋଗୁଁ କିଛି ବି ଅଘଟଣ ଘଟେ, ସିଧାସଳଖ ପାଣିରେ ପଡ଼ି ଜୀବନ ଯିବା ସାର ହେବ ବୋଲି ସ୍ଥାନୀୟ ଲୋକେ ଉଦ୍ବେଗ ପ୍ରକାଶ କରିଛନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ଯଦି ତୁରନ୍ତ ହସ୍ତକ୍ଷେପ ନ କରନ୍ତି ତେବେ ପରିସ୍ଥିତି ପାଇଁ ଦାୟୀ ହେବେ ବୋଲି ସେମାେନ ସତର୍କ କରାଇ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Kathapola-Bipada-Sankuala-Bridge7.jpg)