ଦୟା ସେତୁ ପାଲଟିଛି ମରଣଯନ୍ତା : ଖାଲଖମାରେ ଭର୍ତି ହେବା ସହ ରକ୍ଷଣାବେକ୍ଷଣ ଅଭାବରୁ ସେତୁଟି ଏବେ ବିପଜ୍ଜନକ ଅବସ୍ଥାରେ

ଗଡ଼ିଶାଗୋଦା : କଣାସ ବ୍ଲକ୍‌ ଅନ୍ତର୍ଗତ ଚୁପୁରିଙ୍ଗିଠାରେ ନୂଆ ଜଗନ୍ନାଥ ସଡ଼କରେ ଥିବା ଦୟାନଦୀ ସେତୁ ମରଣଯନ୍ତା ପାଲଟିଛି। ରକ୍ଷଣାବେକ୍ଷଣ ଅଭାବରୁ ୧୦୦ ମିଟର ଲମ୍ବର ଏହି ସେତୁଟି ଏବେ ବିପଜ୍ଜନକ ଅବସ୍ଥାରେ ରହିଛି। ସେତୁ ଉପରୁ କଂକ୍ରିଟ୍ ଉଠିଯାଇ ସ୍ଥାନେ ସ୍ଥାନେ ଖାଲ ସୃଷ୍ଟି ହୋଇଛି। ଆପ୍ରୋଚ୍‌ ରୋଡ୍‌ଟି ମଧ୍ୟ ଖାଲଖମାରେ ଭର୍ତି ହେବା ସହିତ ଏହା କଡ଼ରେ ଥିବା ସୁରକ୍ଷା‌ ବାଡ଼ ନଷ୍ଟ ହୋଇଗଲାଣି। ନୂତନ ସୁରକ୍ଷା ବାଡ଼ ନିର୍ମାଣ ଚାଲିଥିଲେ ମଧ୍ୟ ଅଧପନ୍ତରିଆ ହୋଇ ରହିଥିବାରୁ ତାହା ଅଧିକ ବିପଦ ସୃଷ୍ଟି କରୁଛି। ଏହି ସେତୁ ଦେଇ ହଜାର ହଜାର ଲୋକେ ଯାତାୟାତ କରିଥାନ୍ତି। ପର୍ଯ୍ୟଟନ ଦୃଷ୍ଟିରୁ ଏହି ରାସ୍ତାର ଯଥେଷ୍ଟ ଗରୁତ୍ବ ରହିଛି। ସଡ଼କପଥରେ ଦେଶର ଦକ୍ଷିଣ ଭାଗରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ୧୬ ନମ୍ବର ଜାତୀୟ ରାଜପଥର ରାମେଶ୍ୱର ଛକଠାରୁ ଏହା ପୁରୀକୁ ମୁଖ୍ୟ ପ୍ରବେଶ ପଥ ଭାବେ ବିବେଚିତ ହୋଇଥାଏ।

ସମ୍ବନ୍ଧିତ ଖବର